-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
17-Dec-2022
ଟିଟିଲାଗଡ- ଟିଟିଲାଗଡ ସହରବାସୀଙ୍କ ନିମନ୍ତେ ଶିବ ପ୍ରସାଦ ଏଣ୍ଡ ସନସ ଦ୍ଵାରା ସାତ ଦିନ ବ୍ୟାପି ପ୍ରତି ଦିନ ଅପରାହ୍ନ ତିନିଟା ରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଭାଗବତ କଥାର ବିଭିନ୍ନ ବିଷୟରେ ବୃନ୍ଦାବନ ଧାମରୁ ଆସିଥିବା ଶ୍ରୀ ମୃଦୂଲ କୃଷ୍ଣ ଗୋସ୍ୱାମୀଜି ମହାରାଜଙ୍କ ଦ୍ୱାରା ଶ୍ରୀମଦ୍ ଭାଗବତ କଥା ମୃତ ଯଜ୍ଞ ପ୍ରବଚନ ଅନୁଷ୍ଠିତ ହେବାକୁ ଯାଉଛି।
ଶନିବାର ସକାଳୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ କଳସ ଯାତ୍ରା ବାହାରି ଶାସ୍ତ୍ରୀ ଛକ ହୋଇ ଗୋବିନ୍ଦ ବାଟିକା ଠାରେ ପହଞ୍ଚିଥିଲା। ଆଜି ଅପରାହ୍ନ ତିନିଟା ସମୟରେ ଶ୍ରୀମଦ୍ ଭାଗବତ କଥା ଏବଂ ମଙ୍ଗଳା ଚରଣ ଆରମ୍ଭ ହେବ। ଶ୍ରଦ୍ଧାଳୁ ତଥା ଭକ୍ତ ମାନଙ୍କ ଉପସ୍ଥିତି ପାଇଁ ସାହୁ ପରିବାର ତରଫରୁ ଅତି ସୁନ୍ଦର ବ୍ୟବସ୍ଥା କରାଯାଇଛି। ଏକ ଆଧ୍ୟାତ୍ମିକ ପରିବେଶରେ ଆଜି ଠାରୁ ଭାଗବତ କଥା ଶୁଣିବାକୁ ପାଇବେ ସହରବାସୀ।
( ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ)