-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Dec-2022
ସୁବର୍ଣ୍ଣପୁର-ବଲାଙ୍ଗିର ସୁବର୍ଣ୍ଣପୁର ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ପ୍ରଣାହାଣୀ ହୋଇଛି।ମୃତକ ଜଣକ ଏକ ସାଇକେଲ ଯୋଗେ ବଲାଙ୍ଗିର ପଟକୁ ଯାଉଥିବା ବେଳେ ଅପରପାର୍ଶ୍ୱରୁ ଆସୁଥିବା ଏକ କାର ମୁହାଁମୁହିଁ ଧକ୍କା ଦେଇଥିଲା।ଫଳରେ ସାଇକେଲ ଆରୋହି ରାସ୍ତା ପାର୍ଶ୍ୱକୁ ଛିଛାଡି ହୋଇ ପଡ଼ିଥିଲେ।ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।ସ୍ଥାନୀୟ ଲୋକେ ଗୁରୁତର ସାଇକେଲ ଆରୋହିଙ୍କୁ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।ତେବେ ଡାକ୍ତର ଗୁରୁତର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି।ଅତ୍ୟଧିକ ରକ୍ତ ସ୍ରାବ ଓ ମୁଣ୍ଡରେ ଗୁରୁତର ଆଘାତ ଯୋଗୁଁ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି।ଦୁର୍ଘଟଣା ଘଟାଇଥିବା କାର ଫେରାର ହୋଇ ଯାଇଥିବା ବେଳେ ମୃତ ସାଇକେଲ ଆରୋହୀଙ୍କ ପରିଚୟ ମିଳି ନାହିଁ।ସଦର ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜିବାରେ ଲାଗିଛି।