-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
16-Dec-2022
ଆଗାମୀ ଜାନୁଆରୀ ୨୫ ତାରିଖ ରେ ମୁକ୍ତିଲାଭ ହେବାକୁ ଥିବା ପଠାନ୍ ଚଳଚ୍ଚିତ୍ର ବିରୋଧ ରେ ଦୃଢ଼ ପ୍ରତିକ୍ରିୟା ରଖିଛି ହିନ୍ଦୁ ମହାସଂଘ। ଏଥିରେ ଶାହାରୁଖ ଖାନ୍ ଓ ଦୀପିକା ପାଦୁକନ ମୁଖ୍ୟ ଭୂମିକା ରେ ଅଭିନୟ କରୁଛନ୍ତି। ରିଲିଜ ପୂର୍ବରୁ ଏକ ଟ୍ରେଲର ୟୁଟ୍ୟୁବରେ ଆସିଛି ଏହି ଚଳଚ୍ଚିତ୍ରର ଏବଂ ଦୀପିକା ପାଦୁକନଙ୍କ ଭଗଓ୍ବା ରଙ୍ଗ ର ଛୋଟ ବସ୍ତ୍ର ରେ ଏକ ବୋଲ୍ଡ ଅନ୍ତରଙ୍ଗ ଦୃଶ୍ୟ ଓ ବେସରମ୍ ଗୀତକୁ ବିରୋଧ କରିଛି ହିନ୍ଦୁ ମହାସଂଘ। ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଏହି ଚଳଚ୍ଚିତ୍ରକୁ ବେନ୍ କରିବା ପାଇଁ ଦାବି କରିଛନ୍ତି। ସେ ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି ଯେ , ଭଗଓ୍ବା ରଙ୍ଗ ହିନ୍ଦୁ ମାନଙ୍କର ଗୌରବ ର ରଙ୍ଗ ଅଟେ। ଯଦି ହିନ୍ଦୁ ଧର୍ମ, ହିନ୍ଦୁ ଦେବଦେବୀ ଓ ଭଗଓ୍ବା ରଙ୍ଗକୁ ଅପମାନିତ କରାଯାଏ ତାହେଲେ ହିନ୍ଦୁ ମହାସଂଘ ଯିଏ ଯେଉଁ ଭାଷା ବୁଝିବ ତାକୁ ତାର ଭାଷା ରେ ଜବାବ ଦେବ।(ରିପୋର୍ଟ :ମିହୀର ସଙ୍କର ପାତ୍ର,ନବରଙ୍ଗପୁର)