-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ଘଟଣା, ଏ ପର୍ଯ୍ୟନ୍ତ ୨୩ ଓକିଲ ଓ ୮ କିନ୍ନରଙ୍କ ସହ ୩୨ ଗିରଫ I

16-Dec-2022



ସମ୍ବଲପୁର(ସଂଜୀବ ପାଣିଗ୍ରାହୀ)
 ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନ କରି ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା ଓ ହିଂସା ମାମଲାରେ ଏ ପର୍ଯ୍ୟନ୍ତ ପୋଲିସ ୩୨ ଜଣଙ୍କୁ ଗିରଫ କରିଛି I ନଭେମ୍ବର ୩୦ ତାରିଖ ଓ ଡିସେମ୍ବର ୧୨ ତାରିଖ ବେଞ୍ଚ ଆନ୍ଦୋଳନ ନାମରେ ଗଣ୍ଡଗୋଳ, ପୋଲିସ ଓ ବିଚାରପତିଙ୍କୁ ଆକ୍ରମଣ ଓ କୋର୍ଟରେ ଭଙ୍ଗାରୁଜା କରିବା ଅଭିଯୋଗରେ ଗୁରୁବାର ସୁଦ୍ଧା ୩୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେଲକୁ ପଠାଇଛି। ସେମାନଙ୍କ ମଧ୍ୟରେ ୨୩ ଜଣ ଆଇନଜୀବୀ, ଜଣେ ସାଧାରଣ ନାଗରିକ ଓ ୮ଜଣ କିନ୍ନର ଅଛନ୍ତି I ଆନ୍ଦୋଳନକାରୀଙ୍କୁ ସମ୍ବଲପୁର ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ମାତ୍ର ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ମଣ୍ଡଳ କାରଗାରକୁ ପଠାଇ ଦିଆଯାଇଛି। ପୋଲିସ କଚେରି ଛକ ଓ କୋର୍ଟ ପରିସରରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହିତ ଗଣ୍ଡଗୋଳ ଓ ଭଙ୍ଗାରୁଜା କରିଥିବା ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ତାଲିକା ପ୍ରସ୍ତୁତ କରିଛି। ସେମାନଙ୍କ ଘର ଠିକଣା ଓ ମୋବାଇଲ ଫୋନ ନମ୍ବର ସଂଗ୍ରହ କରିଛି। ବିଳମ୍ବିତ ରାତିରେ ଘରକୁ ଘର ଚଢ଼ଉ କରି ସେମାନଙ୍କୁ ଗିରଫ କରୁଛି I ବୁଧବାର ରାତିରେ ସମ୍ବଲପୁର ଜିଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର, ଜିଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାର, ପୂର୍ବତନ ସଭାପତି ସୁରେନ୍ଦ୍ର ମହାନ୍ତି, ଶିବ କୁମାର ଦିୱାନ, ବିଶେଶ୍ବର ସରାଫ ଓ ରାଜୁ ଶର୍ମା ଏବଂ ଭୀମ ସାହୁଙ୍କୁ ଗିରଫ କରାଯାଇଛି। କିନ୍ନର ଦୀପାଳୀ ଚୌଧୁରୀ, ବିନ୍ଦିଆ ମାଝୀ, ମୁସକାନ୍‌ ଚକ୍ରବର୍ତ୍ତୀ, ବନ୍ୟା ଶୁକ୍ଳା, ବର୍ଷା ବଗର୍ତ୍ତି, ସାଜନ ସେଠ୍‌, ଆୟସା ସେଠ୍‌ ଓ ଦିବ୍ୟା ପ୍ରଧାନଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ଗିରଫ ହୋଇଥିବା ଆଇନଜୀବୀଙ୍କ ମଧ୍ୟରେ ପ୍ରମୋଦ ସରାଫ, ଟିଟୁନ ଶର୍ମା, ଦୀପକ କୁମାର କଅଁର, ପ୍ରବୀଣ କୁମାର ସିଂଦେଓ, ମହେନ୍ଦ୍ର ବଢେଇ, ସିଲୁ ମହାପାତ୍ର, ମହମ୍ମଦ ମୁସ୍ତାକ ଅନସାରୀ, ବିଜୟ କୁମାର ଜେନା, ରତନଲାଲ ଅଗ୍ରୱାଲ, ସୁରଜ କୁମାର ବିଶ୍ବାଳ, ସୁରଞ୍ଜିନୀ ବାରିକ, ଅଫସନା ଅନଜୁମ୍‌, ମଧୁସୂଦନ ମିତ୍ର, ଶଶାଙ୍କ ଷଡ଼ଙ୍ଗୀ ଓ ବିଦ୍ୟାଧର ପଣ୍ଡା ଅଛନ୍ତି I ଏ ପର୍ଯ୍ୟନ୍ତ ସମ୍ବଲପୁର ଟାଉନ ଥାନାରେ ମୋଟ ୬ଟି ମାମଲା ରୁଜୁ ହୋଇଛି। ନଭେମ୍ବର ୩୦ ତାରିଖ ଅଦାଲତ କାର୍ଯ୍ୟରେ ବାଧା, ବିଚାର ବିଭାଗୀୟ ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ପୋଲିସ ଅଧିକାରୀଙ୍କୁ ଠେଲାପେଲା ଅଭିଯୋଗରେ ଟାଉନ ଥାନାରେ ପ୍ରଥମ ମାମଲା (ସଂଖ୍ୟା ୪୬୦/୨୨) ରୁଜୁ ହୋଇଛି। ଡିସେମ୍ବର ୧୨ରେ ଆଇନଜୀବୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ ବେଳେ ପୁଣି ଅଦାଲତକୁ ପଥରମାଡ଼, କୋର୍ଟ ବଖରାରେ ଭଙ୍ଗାରୁଜା, ଅଦାଲତ କାମରେ ବାଧା ସୃଷ୍ଟି, ବିଚାରପତିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ପୂର୍ବକ କୋର୍ଟ ଭିତରୁ ଭିଡ଼ି ବାହାର କରିଦେବା, ପୋଲିସକୁ ଠେଲାପେଲା, ଆଡଭୋକେଟ ଜେନେରାଲଙ୍କ କୁଶ ପୁତ୍ତଳିକା ଦାହ ଘଟଣାରେ ଟାଉନ ଥାନାରେ ଆହୁରି ୩ଟି ମାମଲା (ସଂଖ୍ୟା ୪୭୯/୨୨, ୪୮୦/୨୨, ୪୮୧/୨୨), ଦେୱାନୀ ଅଦାଲତ ରେଜିଷ୍ଟ୍ରାରଙ୍କ ଅଭିଯୋଗ ଆଧାରରେ ଟାଉନ ଥାନାରେ ଆଉ ୨ ମାମଲା (ସଂଖ୍ୟା ୪୮୨/୨୨ ଓ ୪୮୩/୨୨) ରୁଜୁ ହୋଇଛି। ସମ୍ବଲପୁର ଜିଲା ଓକିଲ ସଂଘର ୨୯ ଜଣ ଆଇନଜୀବୀଙ୍କ ଓକିଲାତି ଲାଇସେନ୍ସକୁ ଭାରତୀୟ ବାର କାଉନସିଲ ୧୮ମାସ ପାଇଁ ଓ ଜିଲା ଓକିଲ ସଂଘର ଅନ୍ୟ ସମସ୍ତ କର୍ମକର୍ତ୍ତାଙ୍କ ଓକିଲାତି ଲାଇସେନ୍ସକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିଲମ୍ବିତ କରିଛି। କୋର୍ଟ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ଅଛି I


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like