-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
14-Dec-2022
କଣ୍ଟାବାଞ୍ଜି (ପ୍ରେରଣା ଖବର)
ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ମାଙ୍କଡ଼ ଦିବସ ଓ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଥିଲା।ପ୍ରକୃତିବଂଧୁ ତଥା ପ୍ରଧାନ ଶିକ୍ଷକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ମାନ୍ଦଲା କ୍ଳଷ୍ଟର ସଂଯୋଜକ ଶ୍ରୀ ଧନସିଂ ମାଝୀ,ଶ୍ରୀ ବିଜୁଦାସ ମହାନନ୍ଦ, ବ୍ଳକ ସଂଯୋଜକ, ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ, ଶିକ୍ଷକ ମନୋଜ କୁମାର ତାଣ୍ଡି, ବିଶେଶ୍ୱର ମୁଦୁଲି, ସାଧନକର୍ମୀ ନରେଶ ତାଣ୍ଡି ଯୋଗ ଦେଇଥିଲେ।ବର୍ତ୍ତମାନ ଶକ୍ତିର ଅପଚୟ ଓ ମାଙ୍କଡ଼ ମାନଙ୍କ ଜୀବନ ବିପଦ ସଙ୍କୁଳ ଅବସ୍ଥାରେ ଅଛି ତେଣୁ କିପରି ଭାବରେ ରୋକା ଯାଇ ପାରିବ ତାହାରି ଉପରେ ଅତିଥି ଗଣ ଆଲୋକପାତ କରିଥିଲେ।ଛାତ୍ରଛାତ୍ରୀ ମାନେ କିପରି ଜଙ୍ଗଲ ସୃଷ୍ଟି କରିବେ ଓ ଶକ୍ତି ଅପଚୟ ନକରିବେ ତାହାରି ଉପରେ ଶ୍ରୀ ଦାଶ ସ୍ୱଲିଖିତ ଗପମାଧ୍ୟମରେ ବକ୍ତବ୍ୟ ରଖିଥିଲେ।