-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
03-Dec-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ପଶ୍ଚିମ ଓଡିଶାର ଜଣାଶୁଣା ସମାଜସେବୀ ତଥା "ବହୁଜନ ସମାଜ ପାର୍ଟି" ର ନେତା ନିହାଲ ସିଂ ନିଜର ଶତାଧିକ କର୍ମୀଙ୍କ ସହିତ ବିଜୁ ଜନତା ଦଳ ରେ ଯୋଗଦାନ କରିଛନ୍ତି l ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ଜିଲା ସଭାପତି ଇଂ. ସିଦ୍ଧାର୍ଥ ଦାସଙ୍କ ଉପସ୍ଥିତିରେ ଦଳ ରେ ଯୋଗଦାନ କରିଛନ୍ତି । ଏହି ସମୟରେ ବିଜୁ ଜନତା ଦଳ ର ବରିଷ୍ଠ ନେତା ଦେବେନ୍ଦ୍ର କିଶୋର ପତି, ଜୀବନ ବିନ୍ଦୁ ସଂଯୋଜିକା କବିତା ପୁରୋହିତ, ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ମନୋଜ ମହାପାତ୍ର, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ । ଦଳରେ ନୂତନ ଭାବେ ଯୋଗଦାନ କରିଥିବା ନେତୃମଣ୍ଡଳୀଙ୍କ ମଧ୍ୟରେ ବାବା ବାଗଙ୍କ ସମେତ ବହୁ ସାମାଜିକ ନେତା ରାମ ଶଙ୍କର ଚୌଧରୀ,ଦୀନେଶ ରାୟ, ଜୟନ୍ତୀ ଘୁଘର, ଡ. ପ୍ରକାଶ ରେଡ୍ଡୀ, ପଦ୍ମା ମହାନନ୍ଦ, କୌଶଲ୍ୟା ବେହେରା, ସରସ୍ବତୀ ହରିପାଲ, ଶିବଶଙ୍କର ପ୍ରଧାନ, ପିଙ୍କି ତାଣ୍ଡିଆ, ସନ୍ତୋଷ ବାହାଦୁର, ସୁନୀଲ କୁମାର ହଂସ, ସୁବାଷ ମେହେର, ନାରାୟଣ ମେହେର, ନମିତା ନାୟକ, ଭାଗିରଥି ପଣ୍ଡା, ଆଦିତ୍ୟ ସୁନା, ମନୋଜ ସାହୁ, ସୁନୀଲ ଜାଲ,କୈଳାଶ ସୁନା,ପୀଟର ଗୋମଜ଼,ଶଶୀକାନ୍ତ ସାହୁ ଏବଂ ତାଙ୍କ ନେତୃତ୍ୱରେ ଅନ୍ୟମାନେ ଯୋଗଦାନ କରିଛନ୍ତି l