-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
05-Dec-2022
ବଲାଙ୍ଗିର/ସିନ୍ଧେକଲା(ସନ୍ତୋଷ କୁମାର ନାଏକ) ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା । ସିନ୍ଧେକଲା ଥାନା ଅନ୍ତର୍ଗତ ଚାନ୍ଦୋତରା ବ୍ୟାଙ୍କ୍ ରେ ପୂର୍ବରୁ କାର୍ଯ୍ୟରତ ଥିବା ଅଜିତ କୁମାର ଘଡ଼େଇ ଙ୍କ ନାମରେ ଏକ ମାମଲା ସିନ୍ଧେକେଲା ଥାନା ରେ ରୁଜୁ ହୋଇ ରହିଥିଲା। ଉକ୍ତ ମାମଲା ରେ ତାଙ୍କ ନାମ ଚର୍ଗସିଟ ରୁ ଅଲଗା କରିଦେବା କୁ କହି ଥାନା ଅଧିକାରୀ ଶ୍ରୀ ବେହେରାଙ୍କୁ ୨୫ ହଜାର ଟଙ୍କା ଦାବି ମୁତାବକ ଲାଞ୍ଚ ଦେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ଟିମ୍ ଗିରଫ କରି ଥିଲା । ଏନେଇ ଅଜିତ ଭିଜିଲାନ୍ସକୁ ଅଭିଯୋଗ କରିଥିବା ବେଳେ ଆଜି ଭିଜିଲାନ୍ସ ଟିମ୍ ପୂର୍ବରୁ ଛକି ରହି ଟଙ୍କା ନେଲା ବେଳେ ଥାନା ଅଧିକାରୀ ଶ୍ରୀ ବେହେରାଙ୍କୁ ଧରିଥିବା ନେଇ ସୂଚନା ମିଳିଛି । ସେହିପରି ଏହି ଥାନା ଅଧିକାରୀ ଏକ ଛେଳି ଚୋରି କରି ଥାନା ରେ ଭୋଜି କରି ଖାଇବା ଘଟଣା ରେ ସେ ବିବାଦ ରେ ରହିଥିଲେ।