-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
04-Dec-2022
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ପଞ୍ଚାୟତ ଅନ୍ତର୍ଗତ ବିକଲପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ୧୬ ତମ ମାଁ' ମାହେଶ୍ୱରୀ କ୍ରିକେଟ କପ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମାସ ଜାନୁୟାରୀ ୨ ତାରିଖ ରୁ ଆରମ୍ଭ ହୋଇ ୮ ତାରିଖ ଦିନ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥି ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ଏଥରେ ସଭାପତି ବିଶ୍ବଜିତ ପାଢ଼ୀ,ରାମ ପ୍ରସାଦ କର୍ଣ,ସିନ୍ନିବାସ ପଧାନ, ମଣ୍ଟୁ ପଧାନ,ପରଖିତ କର୍ଣ, ବୈକୁଣ୍ଠ କର୍ଣ,ସହ ଅନ୍ୟାନ୍ୟ ସଦସ୍ୟ ମାନେ ରହିଛନ୍ତି। ଚଳିତ ବର୍ଷ ସମ୍ବଲପୁର, ସୋନପୁର, ଅନୁଗୋଳ, ସିଣ୍ଡୁଲ, ବୌଦ୍ଧ, ବଲାଙ୍ଗୀର, ବରଗଡ଼,ଦେବଗଡ,ସହ ବିକଲପୁର ଆୟୋଜକ ଦଳ ଭାଗ ନେଇଥିବା ଜଣାଯାଇଛି।