-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
03-Dec-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାଦୋଦର ମାଁ ଉମାଦେବୀ କଲେଜରେ ରେଡକ୍ରସ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ବିଶ୍ୱଜିତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଡକ୍ରସର ଲକ୍ଷ ଓ ଉଦ୍ୟେଶ୍ୟ ଉପରେ ଆଲୋକପାତ କରିଥିଲେ । ମାଷ୍ଟର ଟ୍ରେନର ଭାବରେ ଉଦ୍ଧବ ପଧାନ ଯୋଗଦେଇ ଦୁର୍ଘଟଣା ସମୟରେ କିପରି ପ୍ରାଥମିକ ଚିକିତ୍ସା କରାଜିବ ସେ ଉପରେ ବୁଝାଇବା ସହ ଡେମୋ ପ୍ରଦର୍ଶନ କରିଥିଲେ । ଅଧ୍ୟାପକ ସୁଶାନ୍ତ ଦେହୁରୀ ମଂଚ ପରିଚାଲାନ କରିଥିଲେ । କଲେଜର କୈଲାସ ପୁରୋହିତ, ଆନନ୍ଦ ବାରିକ ପରିଚାଲନାରେ ସହଯୋଗ କରିଥିବା ବେଳେ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । ଅଧ୍ୟାପକ କିଶୋର ବଡମାଲି ଧନ୍ୟବାଦ ଦେଇଥିଲେ ।