-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
25-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା(ଅଧୁନା ଵିନିତପୁର) ସ୍ଥିତ ତାରାପୁର ଗଡରେ ଆବିର୍ଭୂତ ହୋଇ ଗଡଭିତରପଡ଼ା ଶକ୍ତିପୀଠ ମନ୍ଦିରରେ ବିରାଜମାନ ଅଧିଷ୍ଠାତ୍ରୀ ଦେବୀ ମାଁ ନାରାୟଣୀଙ୍କ ପାର୍ଶ୍ଵ ବେଢ଼ାରେ ଥିବା ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ ନେଇ ଆଜି କଳସ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା ।ଏଥିରେ ଶତାଧିକ ମହିଳା ସାମିଲ ହୋଇଥିଲେ । ଘଣ୍ଟ ଶଙ୍ଖ ହୁଳହୁଳି ଧ୍ବନି ସହ କିର୍ତ୍ତନ୍ୟର ତାଳେ ତାଳେ ଶ୍ରଦ୍ଧାଳୁ ଭକ୍ତ କଳସ ଧରି ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ମହାନଦୀ ବିନିକା ପଡା ଘାଟରୁ ପାଣି ସଂଗ୍ରହ କରି ମାଁ ନାରାୟଣୀଙ୍କ ପୀଠରେ ସ୍ଥାପନ କରିଛନ୍ତି । ମାଁ ଙ୍କ ପୂଜାର୍ଚ୍ଚନା ବେଶ ନିଷ୍ଠାପର ସହିତ ପୂଜକ,ଦେହେରୀ ଙ୍କ ଦ୍ଵାରା ଆରମ୍ଭ ହୋଇଛି ।ଏହି ଅବସରରେ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଆଧ୍ୟାତ୍ମିକ ମାର୍ଗରେ ବାନ୍ଧି ରଖିବା ପାଇଁ କମିଟି ପକ୍ଷରୁ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକତା କାର୍ଯ୍ୟକ୍ରମ ପରିବେଷଣ ହେଉଛି ।ମାଁ ଙ୍କ ପୂଜା ଉତ୍ସବ ପାଳନ ନେଇ ସାରା ବିନିକା ଉତ୍ସବ ମୁଖର ହୋଇଉଠିଛି ।