-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2022
ଉଲୁଣ୍ଡା, (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମାଁ ମେଟାକାନୀ ମହିଲା ମହାବିଦ୍ୟାଳୟରେ ଭୋଟର ପଂଜିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଜୟଶ୍ରୀ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ତହସିଲଦାର ବିପିନ କୁମାର ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭୋଟର କାର୍ଡରେ ନାମ ପଂଜିକରଣର ମାଧ୍ୟମ ଓ ଆବଶ୍ୟକତା ଉପରେ ବୁଝାଇଥିଲେ । ସମ୍ମାନୀତ ଅତିଥି ଭାବରେ ପିଏ ସୁନିତା ବେହେରା, ଅନନ୍ତ କୁମାର ବଣିଆ ଏବଂ ଲୋକନାଥ ରଣା ଯୋଗଦେଇ ଭୋଟର କାର୍ଡର ପଂଜିକରଣ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ।