-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2022
ବଲାଙ୍ଗିର,-ବଲାଙ୍ଗୀର ଜିଲ୍ଲା ଦେଓଗାଁ ଉପରଝର ପଞ୍ଚାୟତର କୁହିମୁଣ୍ଡାର ଅଗ୍ରଣୀ ତଥା ସ୍ୱନାମଧନ୍ୟ ଚାଷି ବିରଞ୍ଚି ସାହୁ(୭୦)ଙ୍କର ଗୁରୁବାର ରାତିରେ ପରଲୋକ ହୋଇଯାଇଛି । ଗତ କିଛିଦିନ ହେଲା ସେ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ସାହୁ ଜଣେ ଅଗ୍ରଣୀ ଚାଷି ହୋଇଥିବା ବେଳେ ଜଣେ ସଫଳ ପରିବା ଚାଷି ଭାବରେ ବେଶ ଜଣାଶୁଣା ଥିଲେ । ଜଣେ ଭଗବତ ପ୍ରେମୀ,ମିଷ୍ଟଭାଷି ବ୍ୟକ୍ତି ମଧ୍ୟ ଥିଲେ । ତାଙ୍କ ବିୟୋଗରେ ଉପରଝର ଅଞ୍ଚଳରେ ଗଭୀର ଶୋକପ୍ରକାଶ ପାଇଛି । ଶେଷ ସମୟରେ ତାଙ୍କ ପତ୍ନୀ,ପୁଅ ଶମ୍ଭୁଭୂଷଣ,ଗୋବର୍ଦ୍ଧନ,ସଂକୀର୍ତ୍ତନ ଓ ଝିଅ ଯଶୋବନ୍ତି ତଥା ନାତି ନାତୁଣି ଉପସ୍ଥିତ ଥିଲେ । କୁହିମୁଣ୍ଡା ତାଙ୍କ ନିଜ କ୍ଷେତରେ ଦାହସଂସ୍କାର କରାଯାଇଥିଲା । ଜ୍ୟେଷ୍ଠପୁତ୍ର ଶମ୍ଭୁଭୂଷଣ ମୁଖାଗ୍ନୀ ଦେଇଥିଲେ ।