-+91-9937148622 |
prerana_bgr@rediffmail.com |
Wednesday 29th July 2026 |
R.N.I. Regd No. ODIODI/2010/46693
Breaking News
22-Nov-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ ଠାରେ ମର୍ଣୀଙ୍ଗ ଷ୍ଟାର ଫୁଟବଲ୍ କପ୍ ଉଦଯାପିତ ହୋଇଯାଇଅଛି l ଶେଷ ଦିନ ମ୍ୟାଚରେ ପୁଲ ଏ ରୁ ଅମାମୁଣ୍ଡା ଦଳ ଆଇମାଲ କୁ ୨-୧ ଗୋଲ୍ ରେ ହରାଇ କ୍ୟୁଆଟର ଫାଇନାଲ ରେ ପ୍ରବେଶ କରିଥିଲା ଏବଂ ପୁଲ ବି ରୁ ନକଟାସର୍ ଦଳ ଲୋଇସିଂହା କୁ ୧-୦ ଗୋଲ୍ ରେ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କରିଥିଲା l ସେମି
ଫାଇନାଲରେ ଅମାମୁଣ୍ଡା ଦଳ ନକଟାସର୍ ଦଳ କୁ ଟ୍ରାଏବ୍ରେକର ରେ ହରାଇ ଫାଇନାଲ କୁ ପ୍ରବେଶ କରିଥିଲା l ଶେଷରେ ଆଗରୁ ଫାଇନାଲରେ ମନୋନୀତ ହେଇଥିବା ବଲାଙ୍ଗୀର ବି. ଏମ.ସି ଦଳକୁ ହରାଇ ୧-୦ ଗୋଲ୍ ରେ ଅମାମୁଣ୍ଡା ଦଳ ଚାମ୍ପିଅନ ହୋଇଥିଲା l ଖେଳ ପରିଚାଳନା ଦାୟିତ୍ଵ ରେ ସୁରେଶ ନାଏକ, ଜ୍ୟୋତିର୍ମୟ ରାଉତ, ରାଜକିଶୋର ସେଠ୍,ସୁବାସ ମଟାରି ନିୟୋଜିତ ଥିଲେ। ଏହି ଅବସରରେ ବରେଣ୍ୟ ଅତିଥି ଭାବରେ କୈଳାସ ବରିହା, ବାଳକୃଷ୍ଣ ଧରୂଆ,ଆନନ୍ଦ ମେହେର,ସୁଜାତା ନାଏକ,ନରେଶ ଅଗ୍ରୱାଲ,କମ୍ବୁ ସାଏ ପଟେଲ,ଭକ୍ତ ସାଏ ପଟେଲ ସରୋଜ ବେହେରା,ରଘୁନାଥ ସାହୁ,ସୁରେନ୍ଦ୍ର ପଟେଲ, ସନ୍ତୋଷ କୁମାର ପଟ୍ଟନାୟକ, ବିରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଆଲୋକ ପଟେଲ,ଜିତୁ ସାହୁ,ରାଜେଶ ସାହୁ,ଅଭିଷେକ ସାଏ ପଟେଲ ,ପ୍ରଭଞ୍ଜନ ନନ୍ଦ ,କେଶବ ବିଶ୍ବାଳ,ଆକାଶ ପଟେଲ ,ଜୟନ୍ତ ସେଠ୍, ଅଜିତ ବିଶ୍ବାଳ,ପୀଙ୍କୁ ପୁଟେଲ,ପ୍ରଣବ ମହାନ୍ତି,ଆଶିଷ ପଟେଲ,ନବ ସାଏ ପଟେଲ,ଧନେଶ୍ଵର କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।