-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
21-Nov-2022
ବାରପୁଡୁଗିଆ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ତରଫରୁ ୪୦ଟି ପରିବାରକୁ ଶୀତବସ୍ତ୍ର ବଣ୍ଟନ
ବଲାଙ୍ଗିର, ବାରପୁଡୁଗିଆ ଠାରେ ୯ ଦିନ ବ୍ୟାପି ତୁଳସୀ ରାମାୟଣ ଅନୁଷ୍ଠିତ ହୋଇଯାଇଛି । ଏ ବର୍ଷ ଚତୁର୍ଥ ବର୍ଷ ହୋଇଥିବା ବେଳେ, ଗତ ୧୦ ତାରିଖରୁ ଆରମ୍ଭ ହୋଇଯାଇଛି । ବାରପୁଡୁଗିଆ ଗ୍ରାମରେ ବିଭିନ୍ନ ଆଖପାଖ ଗାଁ ର ପାରାୟଣ ଦେଖିବା ପାଇଁ ପ୍ରବଳ ସୁଅ ଛୁଟୁଥିବା ବେଳେ ଉଦ୍ଯାପିତ ଉତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିବା ବେଳେ ୪୦ ଟି ପରିବାରକୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । କୁଟୁମଡୋଳାର ଗାୟକ ଇପସିତ ମିଶ୍ର ଓ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ପୂଜକ ନବୀନ ଚନ୍ଦ୍ର ହୋତା । ପାରାୟଣ କମିଟି ଅଧ୍ୟକ୍ଷ ସନ୍ତୋଷ ନାରାୟଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲୋକନାଥ କୁମୁରା, ବ୍ଲକ ଅଧ୍ୟକ୍ଷ ସରିତା ବାଗ, ସରପଞ୍ଚ ଜନ୍ମଜୟ ମେହେର , ସମିତି ସଭ୍ୟ ସକୁନ୍ତଳା କାଲସାଏ । ପାରାୟଣ କମିଟି ର ସଭାପତି ଜୟକୃଷ୍ଣ ମିଶ୍ର ସହେଯାଗ କରିଥିଲେ । ।