-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
18-Nov-2022
ଲାଂଚ ହେଲା କାଳ । ଲାଂଚ ନେଇ ଭିଜିଲାନସ ଦ୍ୱାରା ଗିରଫ ହେଲେ, ବେଲପଡା ତହସିଲର ସେକ୍ସନ ଅଫିସର ଯୁଗଳ ରାଉତ । ଅର୍ଜୁନ ଶବର ନାମକ ଜଣେ ବ୍ୟକ୍ତିଙ୍କ ମ୍ୟୁଟିସେନ କେସ ବାବଦକୁ ସେକ୍ସନ ଅଫିସର ୧୫ ହଜାର ଟଙ୍କା ଲାଂଚ ମାଗିଥିଲେ । ଏନେଇ ଅର୍ଜୁନ ଭିଜିଲାନସ ବିଭାଗକୁ ଜଣାଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ପାଟଣାଗଡ ସହର ଟେକ୍ସି ଷ୍ଟାଣ୍ଡ ଠାରେ ସେକ୍ସନ ଅଫିସର ଯୁଗଳ ରାଉତ ୧୫ ହଜାର ଟଙ୍କା ଲାଂଚ ନେଉଥିବା ସମୟରେ, ମାଡି ବସିଥିଲା ବଲାଙ୍ଗୀର ଭିଜିଲାନସ । ବଲାଙ୍ଗୀର ଭିଜିଲାନସ ବିଭାଗ ସେକ୍ସନ ଅଫିସରଙ୍କ ପାଟଣାଗଡ ବଡପଡା ଠାରେ ଥିବା ଘର ଏବଂ ବେଲପଡା ଅଫିସରେ ଛାନଭିନ ଜାରୀ ରଖିଛି ।