-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
18-Nov-2022
ଧର୍ମଗଡ଼(କ୍ରିଷ୍ଣା ଦାଶ୍ ନାଏକ)
ଦୀର୍ଘଦିନ ରୁ ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବି କରି ଆସୁଥିଲେ ହେ ସରକାର ଆଜି ଯାଏଁ ଦାବି ପୁରଣ ହେଇ ନ ଥିବାରୁ ଆଜି ଜିଲ୍ଲା ଦାବି ବେଶ ଜୋର୍ ଧରି ତାହା ଆନ୍ଦୋଳନ ରୂପ ନେଇଛି। ଧର୍ମଗଡ ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବିରାଟ ସଭା କରି କ୍ରିୟାନୁଷ୍ଠାନ କମିଟି ର ଗରିଷ୍ଠ କର୍ମକର୍ତ୍ତା ମାନେ ଧର୍ମଗଡ଼ କୁ ଜିଲ୍ଲା ଦାବି କରିବା ପାଇଁ ଅଭିଭାଷଣ ରଖିଥିଲେ । ଏହି ଜିଲ୍ଲା ଦାବି ସଂଗଠନ କୁ ଉପଖଣ୍ଡ ର ଛାତ୍ର ସଂଗଠକ,ବଣିକ ସଂଘ, ସାମ୍ୱାଦିକ ସଂଗଠନ , ସିଟିଯେନ୍ ଫୋରମ୍,ଓକିଲ ସଂଘ ,ସୋସିଆଲ ୱେଲଫେୟାର୍ ଅର୍ଗନାଇଯେସନ କଳାହାଣ୍ଡି ପରିବାର ର ଧର୍ମଗଡ଼ ଟିମ୍ ର କାର୍ଯ୍ୟକର୍ତ୍ତା ସଦସ୍ୟ, ସରପଞ୍ଚ ସଂଗଠନ ପ୍ରତ୍ୟେକ ରାଜନୈତିକ ଦଳ, ଏ.ଓ. ଏସ. ସି. ଏଫ୍ ଧର୍ମଗଡ , ଏପରି ଉପଖଣ୍ଡ ର ଅନେକ ସଂଗଠନ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଭ୍ୟୈଗୋଳିକ ଦୃଷ୍ଟିକୋଣରୁ ଧର୍ମଗଡ ଉପଖଣ୍ଡ ଏକ ଜିଲ୍ଲା ହେବା ପାଇଁ ସମସ୍ତ ଯୋଗ୍ୟ ଥିଲେ ବି ସରକାର ଅଣଦେଖା କରୁଥିବା ରୁ ଜନ ସାଧାରଣ ତିବ୍ର ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି।
ସଭା ପରେ ପରେ ଏକ ବିରାଟ ରାଲି କରି ଧର୍ମଗଡ଼ ଉପଖଣ୍ଡ ଜିଲ୍ଲା ଆମର ଦାବି ବୋଲି ନାରା ଉଚ୍ଚାରଣ କରି ସହର ପରିକ୍ରମା କରି ଉପ- ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଏଁ ଧର୍ମଗଡ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟ ନାଏକ ଙ୍କୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଦାବି ପତ୍ର ଦେବା ସମୟରେ ବରିଷ୍ଠ ଆଇନଜୀବି ସୁଧୀର କୁମାର ପାଟ୍ଟଯୋଶୀ, ଥବିର ପ୍ରସାଦ ସାହୁ, ରାଜେନ୍ଦ୍ର ମୁନି, ଦିଗାମ୍ବର ଦୁରିଆ, ସୈାରଭ ପାନସାରୀ, ବିରଞ୍ଚି ଜାଳ ପ୍ରମୁଖ ଉପସ୍ଥିତ ରହି ଧର୍ମଗଡ଼ ଉପଖଣ୍ଡ କୁ ଯଦି ଜିଲ୍ଲା ମାନ୍ୟତା ଦିଆ ନ ଗଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।