-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ ଆଜି ସିନ୍ଧେକେଲା ଅଞ୍ଚଳ ଗସ୍ତ କରିଥିଲେ । ସର୍ବ ପ୍ରଥମେ ସିନ୍ଧେକେଲାର ପବିତ୍ର ପୁଷ୍କରିଣୀ ଭାବେ ପରିଚିତ ବୃହତ୍ତମ ବାଣୀଭଗାର ପୁଷ୍କରିଣୀର ପରିଦର୍ଶନ କରିଥିଲେ। ସେଠାରେ ଗ୍ରାମର ଶତାଧିକ ମହିଳା ଓ ବିଜେପି କର୍ମୀମାନେ ଶ୍ରୀମତୀ ସିଂଦେଓ ଙ୍କୁ ପୁଷ୍ପମାଲ୍ୟ ସହ ସ୍ୱାଗତ କରିବା ସହ ଉକ୍ତ ପୋଖରୀର ଅବସ୍ଥା ସମ୍ପର୍କରେ ଅବଗତ କରିଥିଲେ । ଉକ୍ତ ପୋଖରୀରେ ଗ୍ରାମର ପ୍ରାୟ ସମସ୍ତ ଜନତା ଗାଧୋଇବା ପାଧୋଇବା ସହ ଅନ୍ୟାନ୍ୟ ପୂଜା ଆଦି କାର୍ଯ୍ୟ ପାଇଁ ନିର୍ଭର କରୁଥିବା ରୁ ବର୍ତ୍ତମାନ ଏହି ପୋଖରୀ ରେ ଅଳିଆ ଆବର୍ଜନା ପୂର୍ତ୍ତି ହୋଇ ବ୍ୟବହାର ପାଇଁ ଅନୁପଯୋଗୀ ହୋଇଥିବାରୁ ତାହାର ପଙ୍କ ଉଦ୍ଧାର ତଥା ସଫେଇ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହ ସରପଞ୍ଚ ନରେଶ ଅଗ୍ରୱାଲ ଲିଖିତ ନିବେଦନ କରିଥିଲେ । ମହିଳାମାନଙ୍କ ସହ ସମସ୍ତ ଲୋକଙ୍କ କଥା ଶୁଣି ସାଂସଦ ଶ୍ରୀମତି ସିଂହଦେଓ ନିଜେ ଉକ୍ତ ପୋଖରୀର ଅବସ୍ଥା ଅନୁଧ୍ୟାନ କରିବାପରେ ଏଥିର ଅତିଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସିନ୍ଧେକେଲା ଜୋନ ଜିଲ୍ଲା ପରିଷଦ ସଦସ୍ୟ ଦାମୁ ସୁନା , ବଲାଙ୍ଗୀର ବିଜେପି ଜିଲ୍ଲା ସମ୍ପାଦକ ତଥା ସାଂସଦ ପ୍ରତିନିଧି ଅନିଲ ନାଏକ , ସିନ୍ଧେକେଲା ବିଜେପି ମଣ୍ଡଳ ସଭାପତି ମୁନିରାମ ନାଗ , ସମ୍ପାଦକ କଂହେୟା ଜୈନ , ଉପ ସଭାପତି ରୋହିତ ସାହୁ , ପୂର୍ବତନ ସମିତି ସଭ୍ୟ ବିସମ ସାହୁ , ଯୁବମୋର୍ଚା ସଭାପତି ନୌରାଜ ରଣା , ଉପ ସଭାପତି ହେମନ୍ତ ସାହୁ , ଲଳିତ ସାହୁ , ମନୋରଞ୍ଜନ ତାଣ୍ଡି , ନିରାକାର ରଣା , ବାବୁଲାଲ ସାହୁ , ପରମା ସାହୁ , ସୁରେନ୍ଦ୍ର ସିଂଦେଓ ପ୍ରମୁଖଙ୍କ ସହ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ଅନେକ ସଦସ୍ୟ
ଉପସ୍ଥିତ ଥିଲେ। ପରେ ସାଂସଦ ଶ୍ରୀମତି ସିଂହଦେଓ ସିନ୍ଧେକେଲା ଦୁର୍ଗା ମଣ୍ଡପ ପହଞ୍ଚିଥିଲେ । ସେଠାରେ ନୂତନ ଭାବରେ ନିର୍ମାଣ ହେଉଥିବା ବିରାଟ ପଣ୍ଡାଲ କୁ ଅନୁଧ୍ୟାନ କରି ଦଶ ଲକ୍ଷ ଟଙ୍କା ଅନୁଦାନ ଦେବା ପାଇଁ କମିଟି ଦ୍ୱାରା ଆୟୋଜିତ ସଭାରେ ଘୋଷଣା କରିଥିଲେ । ସେଠାରେ କମିଟିର ସମସ୍ତ ପଦାଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ସାଂସଦ ଝଲପ ରେ ଆୟୋଜିତ ପଲ୍ଲୀ ପ୍ରଗତି ପାଠାଗାର ର ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ ।