-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
13-Nov-2022
ଟିଟିଲାଗଡ(ସନ୍ତୋଷ କୁମାର ନାଏକ) ବିନା ଅନୁମତିରେ ଓ ସରକାରୀ କାଗପତ୍ର ବିନା ନିୟମିତ ବେଆଇନ୍ ଭାବେ ଦାଦନ ଶ୍ରମିକ ଚାଲାଣ ସମସ୍ୟା ବୃଦ୍ଧି ପାଉଛି । ସେହିପରି ଲାଠୋର ପୁଲିସ ଲାଠୋର ବସ୍ଷ୍ଟାଣ୍ଡ ନିକଟରୁ କେତେକ ଦାଦନ ଶ୍ରମିକ ଙ୍କୁ ବେଆଇନ୍ ଭାବେ ଚାଲାଣ କରୁଥିବା ବେଳେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ସହିତ ସର୍ଦ୍ଦାର ନବୀନ ମାଝୀ ନାମକ ଜଣେ ଦାଦନ ସର୍ଦ୍ଦାର ଙ୍କୁ ଅଟକ ରଖି ତଦନ୍ତ କରିଥିଲେ। ଶ୍ରମିକ ଚାଲାଣ ସଂପର୍କିତ କୌଣସି କାଗଜପତ୍ର ଦେଖାଇ ନପାରିବାରୁ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି ।
ଉଦ୍ଧାର ଶ୍ରମିକମାନଙ୍କୁ ସେମାନଙ୍କ ଗ୍ରାମକୁ ନେଇ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଥିଲା ବୋଲି ଥାନା ଅଧିକାରୀ ଝସକେତନ ଭୋଇ ସୂଚନା ଦେଇଛନ୍ତି।
ସେହିପରି ବେଲପଡା ଅଞ୍ଚଳ ର ଆଠ ଜଣ ଦାଦନ ଖଟିବାକୁ ଯାଇ ତେଲେଙ୍ଗାନା ଯାଇ ସେଠି ଇଟା ଭାଟି ରେ କାମ କରୁଥିବା ବେଳେ ତାଙ୍କୁ ଆଗତୁରା ଟଙ୍କା ଆଗୁଆ ଦାଦନ ସର୍ଦ୍ଦାର ପ୍ରଦାନ କରିଥିଲେ । ହେଲେ ସେଠି ସର୍ଦ୍ଦାର ଅକଥନୀୟ ନିର୍ଯାତନା ଅଭିଯୋଗ କରି ଆଗୁଆ ପ୍ରଦାନ ଟଙ୍କା
ଫେରାଇ ଦେଇ ସେଠୁ ନିଜ ବେଲପଡା ଫେରିବା ବେଳେ ତାଙ୍କୁ ବେଲପଡା ଅଞ୍ଚଳ ର ଜଣେ ଦାଦନ ସର୍ଦ୍ଦାର ତାଙ୍କୁ ପୁନହଃ ତେଲେଙ୍ଗାନା ନେଇ ଯିବାକୁ ବାଧ୍ୟ କରି ଟିଟିଲାଗଡ ରେଳ ଷ୍ଟେସନ ର ତିନି ନମ୍ବର ପ୍ଲାଟ ଫର୍ମ ରେ ଅଟକ ରଖି ଥିବା ଅଭିଯୋଗ କରିଥିଲେ। ଏ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୁଚନା ମିଳିଛି । ଏହା ସହ ବେଲପଡ଼ା ଅଞ୍ଚଳ ର ଜଣେ ଦାଦନ ସର୍ଦ୍ଦାର ଙ୍କୁ ତଦନ୍ତ କରୁଥିବା ଜଣା ପଡ଼ିଛି।