-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
13-Nov-2022
ବଲାଙ୍ଗୀର: ଜନ ବସତି କୁ ସାପ ପଶିଆସିବା ଯୋଗୁଁ ଉକ୍ତ ସାପ କୁ ଉଦ୍ଧାର କରି ତାକୁ ଜଙ୍ଗଲ ରେ ଛାଡ଼ିବା ବଦଳରେ ତାର ବିଶ ଦାନ୍ତ ଉପାଡ଼ି ଦିଆଯିବା ଘଟଣାରେ ଜଣେ ଯୁବକ ଗିରଫ ହୋଇଛନ୍ତି।
ସୂଚନାନୂଜାୟୀ, ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ନିକଟସ୍ଥ ବିଲେଇସର୍ଡା ଗ୍ରାମ ରେ ଗତ ଶନିବାର ଏକ ବିଷଧର ନାଗ ସାପ ଜନବସତି ଆଡ଼କୁ ଚାଲି ଆସିଥିଲା। ବିଲେଇସର୍ଡା ଗ୍ରାମ ର ବିର ବିଶ୍ଵାଳ ନାମକ ଜଣେ ଯୁବକ ଉକ୍ତ ନାଗ ସାପକୁ ଉଦ୍ଧାର କରି ଧରି ତାକୁ ଅନ୍ୟତ୍ର ନେଇ ଜଙ୍ଗଲ ରେ ଛାଡ଼ିବା ବଦଳରେ ନିଜେ ଏକ ନେଲ କେଟର ସାହାଯ୍ୟ ରେ ତାର ବିଶ ଦାନ୍ତ ଉପାଡି ଦେଇଥିଲେ ଓ ଉକ୍ତ ଦୃଶ୍ୟ କୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ।
ଏହି ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ର ପରିସର କୁ ଆସିଥିଲା ଏ ନେଇ ସ୍ନେକ୍ ହେଲ୍ପ ଲାଇନର କର୍ମକର୍ତ୍ତା ଏହାର ବିରୋଧ କରି କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ । ଏ ନେଇ ବନ ବିଭାଗର କର୍ମକର୍ତ୍ତା ବିର ବିଶ୍ଵାଳ ଙ୍କୁ ଗିରଫ କରିଛି, ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।