-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
13-Nov-2022
କଟକ - ଓଡ଼ିଶାର ଏକ ସର୍ବ ପୁରାତନ ମହିଳା ସଂଗଠନ ତଥା ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଆଜି ରବିବାର ଦିନ ବକ୍ସି ବଜାର ସ୍ଥିତ ନାରୀ ସେବା ସଂଘ ଠାରେ ଶିଶୁ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଏବଂ ବସ୍ତି ଅଞ୍ଚଳର ଶିଶୁ ମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହା ବ୍ୟତୀତ ଶିଶୁ ଦିବସ ଅବସରରେ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା । ସଂଘର ସମ୍ପାଦିକା ଡ଼ଃ ଆଭା କାନୁନଗୋଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା
। ବକ୍ତୃତା ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ୩୫ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ନେହେରୁଙ୍କର କର୍ମମୟ ଜୀବନ ଏବଂ ବିଭିନ୍ନ ଘଟଣା ଉପରେ ବକ୍ତୃତା ପ୍ରଦାନ କରିଥିଲେ । ନନ୍ଦିନୀ ମହାପାତ୍ର, ମିନାକ୍ଷୀ ମିଶ୍ର, କଲ୍ୟାଣୀ ସାହୁ ଅତିଥି ଭାବରେ ଯୋଗଦେଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ ପଣ୍ଡିତ ନେହେରୁ ଶିଶୁ ମାନଙ୍କୁ ସବୁବେଳେ ସ୍ନେହ କରୁଥିଲେ । ଯାହା ଫଳରେ ଶିଶୁ ମାନେ ତାଙ୍କୁ ଚାଚା ନେହେରୁ ଭାବରେ ସମ୍ବୋଧନ କରୁଥିଲେ । ପଣ୍ଡିତ ନେହେରୁଙ୍କର ଏଭଳି ଶିଶୁ ବତ୍ସଳ ପାଇଁ ଭାରତ ସରକାର ପ୍ରତିବର୍ଷ ନଭେମ୍ବର ୧୪ ତାରିଖ ଦିନ ଶିଶୁ ଦିବସ ଭାବରେ ପାଳନ କରୁଛନ୍ତି । ଚାଚା ନେହେରୁଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଶିଶୁଙ୍କ ମୁହଁରେ ହସ ଫୁଟାଇବା । ମଞ୍ଜୁ ସିଂ ଏବଂ ଅଧ୍ୟାପିକା ମୀରା ବେଉରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।