-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
12-Nov-2022
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ଆଜି କମସରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା କ୍ରୀଡା ନିରୀକ୍ଷକ ତଥା କମସରା ସରକାରୀ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀ ଦୁର୍ଯ୍ୟୋଧନ ରାଉତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି I ଏହି ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ର
ଆୟୋଜନ କରାଯାଇଥିଲା I ଏହାକୁ ନେଇ ହୋଇଥିବା ଏକ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଜ୍ଞା ପରିମିତା ନାଗ ସଭାପତିତ୍ୱ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ I ସମ୍ବର୍ଦ୍ଧିତ ଅତିଥି ଶ୍ରୀ ରାଉତ ଙ୍କ ସମେତ ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁ, ବୈଦ୍ୟନାଥ କର୍ଣ୍ଣ , ସୁଧୀର କୁମାର ହୋତା ଏବଂ ଶିକ୍ଷକ ଗଣେଶ ମିଶ୍ର, ବିଜୟ କୁମାର ବାଗ ,ଏସଏମସି ସଭାପତି ଜଗବନ୍ଧୁ ନାଗ ମଂଚାସୀନ ରହିଥିଲେ I ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଗଣେଷ ଙ୍କ ତୈଳଚିତ୍ରରେ ପୂଜାର୍ଚନା କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା I ଶ୍ରୀ ରାଉତ ଦୀର୍ଘ 36 ବର୍ଷ ଧରି କମସରା ଏଵଂ ଦଶ ବର୍ଷ ଜିଲ୍ଲା କ୍ରୀଡା ନିରୀକ୍ଷକ ଭାବେ ଉଭୟ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିଲେ I ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ ତଥା ଆଞ୍ଚଳରେ ଲୋକଙ୍କ ସହ ତାଙ୍କ ଭଲ ସମ୍ପର୍କ ଥିବାରୁ ଆଜି ର କାର୍ଯ୍ୟକ୍ରମରେ ବହୁ ପୂର୍ବତନ ଛାତ୍ରଛାତ୍ରୀ ଅଭିଭାବକ ଯୋଗଦାନ କରିଥିଲେ I ନିମନ୍ତ୍ରିତ ଅତିଥିମାନେ ନିଜ ବକ୍ତ୍ୟବରେ ଶ୍ରୀ ରାଉତଙ୍କ ବିଦ୍ୟାଳୟ ତଥା ଜିଲ୍ଲା ପ୍ରତି କ୍ରୀଡା ତଥା ବିଭିନ୍ନ କ୍ଷେତ୍ର ଅତୁଳନୀୟ ଅବଦାନ ବିଷୟରେ ଆଲୋକପାତ କରିଥିଲେ I ଶ୍ରୀ ରାଉତ ଜଣେ ଏକାଧାରରେ ଜଣେ କ୍ରୀଡ଼ାବିତ, କ୍ରୀଡା ସଙ୍ଗଠକ, ନାଟ୍ୟ ନିର୍ଦେଶକ, ତଥା
ସମାଜସେବୀ ବ୍ୟକ୍ତିତ୍ୱ ଅଟନ୍ତି I ତାଙ୍କର ଅବଦାନ କୁ ନେଇ ଅତିଥିଙ୍କ ସମେତ ଉପସ୍ଥିତ ବ୍ୟକ୍ତି ବିଶେଷ ଭୁରି ଭୁରି ପ୍ରସଂଶା କରିଥିଲେ I ଶ୍ରୀ ରାଉତ ଙ୍କ ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭା ସମସ୍ତଙ୍କୁ ଭାବ ଭିଭୂଳ କରିଥିଲା I ଶ୍ରୀ ରାଉତ ଅବସର ପରେ ମଧ୍ୟ ନିଜ ଦ୍ୱାରା ଯାହା କିଛି ସମ୍ଭବ ବିଦ୍ୟାଳୟ ପାଇଁ ସବୁବେଳେ ସହଯୋଗ କରିବି ବୋଲି କହିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ତରଫରୁ ଶ୍ରୀଯୁକ୍ତ ରାଉତ ଙ୍କୁ ମାନପତ୍ର ଏବଂ ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଇ