-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
12-Nov-2022
ବଲାଙ୍ଗୀର : ଶିଶୁ ଦିବସ ଅବସରରେ ସ୍କୁଲସ୍ଥରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅନୁଷ୍ଠିତ ହୋଇଯାଇଛି।ତେବେ ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ସେସନସ୍ କୋର୍ଟ ବଲାଙ୍ଗୀର ଆନୁକୂଲ୍ୟରେ ମଧ୍ୟ ଶିଶୁ ଦିବସ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ଯେଉଁଥିରେ ସହର ମଧ୍ୟରେ ଥିବା ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନର ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ତେବେ ଚିତ୍ରାଙ୍କନର ବିଷୟବସ୍ତୁ ରହିଥିଲା “ପ୍ରକୃତି ସହ ବନ୍ୟ ଜନ୍ତୁ”।ଯାହା ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମନୋହରପୁର ବଲାଙ୍ଗୀର ବିଦ୍ୟାଳୟର ଛାତ୍ର ଆୟୁଷ କୁମାର ଠାକୁର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ,ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟର ଛତ୍ରୀ ଅନିଶା ସ୍ୱର ଦ୍ୱିତୀୟସ୍ଥାନ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମନୋହରପୁରର ଅଜୟ ଗୁଡିୟା ତୃତୀୟ ସ୍ଥାନ ଅଧିକାର କରିଛନ୍ତି
ତେବେ ଆୟୋଜିତ ହୋଇଥିବା ଏହି ଚିତ୍ରାଙ୍କନ ପ୍ରତଯୋଗୀତାରେ ଜର୍ଜ ଭାବେ କଳାଧାମ ଆର୍ଟ ଅଧକ୍ଷ ଶ୍ରୀ ଦିଲ୍ଲୀପ ସିଂ ଦେଓ,ଜର୍ଜ ବାସୁଦେବ ମେହେର, ପ୍ରଥମ ଦ୍ୱିତୀୟ ଓ ତୃତୀୟ ଭାବେ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିଥିଲେ।ଓ ପରେ ଜିଲ୍ଲା ସେସନ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଥିବା
ଚିତ୍ରାଙ୍କନରେ ଉତିଣ୍ଣ ପ୍ରତିଯୋଗୀଙ୍କୁ ବିଚାରପତି ପରିବାର ଅଦାଲତ ସମ୍ମାନୀୟ ଜର୍ଜ ବେଣୁଧର ପାତ୍ର ମାନପତ୍ର ପ୍ରଦାନ କରିଥିଲେ।ସଭା ଶେଷରେ ଛାତ୍ରଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇବା ସହ ଏହି ପ୍ରତିଯୋଗିତା ରେ ଉତ୍ତୀଣ୍ଣ ପ୍ରତିଯୋଗୀ ରାଜ୍ୟ ସ୍ଥରୀୟ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ମନୋନୀତ ହେବା ନେଇ ସୂଚନା ଦେଇଥିଲେ।ଏହି ଅବସରରେ ସମ୍ମାନୀୟ ଅନ୍ୟ ଜର୍ଜଙ୍କ ସହ କୋର୍ଟ କତ୍ତୃପକ୍ଷ ଏବଂ ବହୁ ସଂଖ୍ୟାରେ ବିଭିନ୍ନ ସ୍କୁଲ ର ଚିତ୍ରାଙ୍କନ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।