-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||     

HOME   ଜିଲ୍ଲା

ସହାୟତା ପାଇଲା ପେପେର ବୟ, ପରିବାରକୁ ଭେଟି ପୌରାଧ୍ୟକ୍ଷା ଲିକା ସାହୁଙ୍କ ଆଲୋଚନା ଓ ସହାୟତାପ୍ରଦାନ

12-Nov-2022



ବଲାଙ୍ଗୀର,-ବାପା ଚାଲିଯିବା ପରେ ଜଣେ ୧୩ବର୍ଷର ଛାତ୍ର ବୁଲିବୁଲି ଖବରକାଗଜ ବାଣ୍ଟି ପରିବାର ବୋଝ ଉଠାଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ ପରେ ପ୍ରଶାସନ ଚେତିଛି । ଗତକାଲି ଜିଲ୍ଲା ଶିଶୁ ଅଧିକାର ସୁରକ୍ଷା ୟୁନିଟ ପକ୍ଷରୁ ସେହି ଛାତ୍ରର ପରିବାରକୁ ଭେଟି ତଦନ୍ତ କରିଥିବା ବେଳେ ଆଜି ପୌରାଧ୍ୟକ୍ଷା ଲିକା ସାହୁ ତାଙ୍କ କାଉନସିଲରଙ୍କୁ ଧରି ଛାତ୍ରର ଘରେ ପହଞ୍ଚି ସହାୟତା ପ୍ରଦାନ କରିଛନ୍ତି । ଶ୍ରୀମତି ଲିକା ସାହୁ ଓ ଅନ୍ୟ କାଉନସିଲରମାନେ ନିଜେ ଡୁଙ୍ଗୁରିପଡାର ଉକ୍ତଛାତ୍ରଙ୍କ ଘରେ ପହଞ୍ଚି ତାଙ୍କ ମାଆଙ୍କ ସହିତ ଆଲୋଚନା କରି ୧୦ହଜାର ଟଙ୍କାର ଆର୍ôଥକ ସହାୟତା ଓ ଆଗକୁ ପାଠପଢାଇବାର ପ୍ରତିଶୃତି ଦେଇଛନ୍ତି । ସୂଚନାରୁ ପ୍ରକାଶ ଯେ,ବଲାଙ୍ଗୀର ପୌରପାଳିକାର ୩ନମ୍ବର ୱାର୍ଡର ଡୁଙ୍ଗୁରିପଡାରେ ସିଭିଲ ରାଓ ତାଙ୍କ ପରିବାର ନେରଇ ରହୁଥିଲେ । କିନ୍ତୁ ରୋଗାକ୍ରାନ୍ତ ହୋଇ ସେ ଅରପାରିକୁ ଚାଲିଗଲେ । ଏପଟେ ପରିବାର ଚଳାଇବାର ଚିନ୍ତାରେ ବିଧବାପତ୍ନୀ ସୁନେମିୟା(ଚୁମକି)ମଧ୍ୟ ରୋଗାକ୍ରାନ୍ତ ହୋଇ ଶର୍ଯ୍ୟାଶାୟୀ ହୋଇଗଲେ । ଘରେ ଦୁଇଜଣ ଛୁଆ ଚୁମନ ଓ ଚନ୍ଦନ । ଖାଇବାକୁ ଅନ୍ନ ଯୋଗାଡ ଚିନ୍ତାରେ ପରିବାର ରହିଥିଲେ । ସରକାରଙ୍କ ତରଫରୁ ମାସକୁ ବିଧବାଭତ୍ତା ୫୦୦ଟଙ୍କା ଓ ୧୫କିଲୋ ଚାଉଳ ମିଳୁଛି । ଏଥିରେ ଘର ଚଳାଇବା ସହିତ ପିଲାଙ୍କ ପାଠପଢା ହୋଇପାରିଲା ନାହିଁ । ବାପା ବଞ୍ଚିଥିବା ବେଳେ ବଡ ପୁଅ ଚୁମନ କନଭେଣ୍ଟ ସ୍କୁଲରେ ପଢୁଥିôଲା । ହେଲେ ବାପା ଚାଲିଯିବା ପରେ ସ୍କୁଲର ଫିଦେଇ ପାଠପଢାଇବା ସମ୍ଭବ ହେଲାନାହିଁ । ଶେଷରେ ସରକାରୀ ଟାଉନ ବାଳକ ହାଇସ୍କୁଲରେ ନାମଲେଖା ହେଲା । କିନ୍ତୁ ତଥାପି ଘର ଚଳାଇବା ତଥା ରୋଗିଣା ମାଆର ଚିକିତ୍ସା ପାଇଁ ଅଣ୍ଟା ଭିଡିଲା ୧୩ବର୍ଷର ବଡପୁଅ ଚୁମନ । ଜଣେ ହକରସାଙ୍ଗରେ କଥାବାର୍ତ୍ତା କରି ସକାଳ ୫.୩୦ରୁ ସାଇକେଲରେ ବାହାରି ଘରଘର ବୁଲି ୮ଟା ଯାଏଁ ଖବରକାଗଜ ବାଣ୍ଟିଲା । ପୁଣି ୧୦ଟାରେ ସ୍କୁଲଯାଇ ପାଠପଢା ଓ ସ୍କୁଲରୁ ଫେରିଲା ପରେ ଏକ ସାଇକେଲ ଦୋକାନରେ ସଂଧ୍ୟା ପର୍ଯ୍ୟନ୍ତ କାମ କଲା । ସେଥିରୁ ପ୍ରାୟ ୨୦୦୦ ଟଙ୍କା ରୋଜଗାର କରି ପରିବାର ପୋଷଣ କରୁଛି । ପେପର ବୟ ଚୁମନ ରାଓ(୧୩)ର ଏହି ସଂଘର୍ଷ କାହାଣୀ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ଓ ପ୍ରକାଶନ ପରେ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଚୁମନ ଓ ଚନ୍ଦନର ପାଠପଢା ଦାୟୀତ୍ୱ ନେବାକୁ ଆଗେଇ ଆସିଛନ୍ତି । ଆଜି ପୌରାଧ୍ୟକ୍ଷା ବରିଷ୍ଠ କାଉନସିଲର ଶମ୍ଭୁ ନାଗ,ସରିତା ଦାସ,ପିଙ୍କି କବାଟ,ଗଙ୍ଗା ଚାନ୍ଦ,ନଳୀନୀ ପୋଢ ପ୍ରମୁଖ ଚୁମନର ଘରକୁ ପହଞ୍ଚି ୧୦ହଜାର ଟଙ୍କାର ସହାୟତା ଦେବା ସହିତ ଆଗକୁ ଉଭୟଙ୍କର ପାଠପଢା ଦାୟୀତ୍ୱ ନେଇଛନ୍ତି । ରୋଗିଣା ଚୁମକିର ଚିକିତ୍ସା ପାଇଁ ମଧ୍ୟ ସିଡିଏମଓଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ଚୁମନର ସଂଘର୍ଷ କାହାଣୀ ଜାଣିଲା ପରେ ପୌରାଧ୍ୟକ୍ଷା ତ୍ୱରିତ ପଦକ୍ଷେପ ନେଇଥିବାରୁ ତାଙ୍କର ଏଭଳି ମହାନ କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026

You Might Also Like