-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
12-Nov-2022
ବଲାଙ୍ଗୀର୧-ବଲାଙ୍ଗୀର ଜିଲ୍ଲାର ମାଗୁରବେଢାଠାରେ ଚାଲିଥିବା ଲୋୟରସୁକତେଲ ଜଳସେଚନ ପ୍ରକଲ୍ପରେ ବିସ୍ଥାପିତ ହେବାକୁଥିବା ଲୋକମାନେ ପ୍ରଶାସନିକ କାର୍ଯ୍ୟକଳାପ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିସ୍ଥାପିତଙ୍କୁ ସଂପୂର୍ଣ୍ଣ କ୍ଷତିପୂରଣ ବଣ୍ଟନ ହୋଇନଥିଲେ ହେଁ ଲୋକଙ୍କ ଘରକୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ ଉଠିଛି । ଏପରିକି କିଛି ନେତାଙ୍କ ଇସାରାରେ ଗାଁ ଗୁଡିକରେ ଘରଭଙ୍ଗା ଯାଉଥିବା ତଥା ଘରଭଙ୍ଗା ଅଟକୁଥିବା ମଧ୍ୟ ଅଭିଯୋଗ ଉଠୁଛି । ଏହାର ପ୍ରତିବାଦରେ ଆଜି ଚୁଡାପାଲିରେ ବଲାଙ୍ଗୀର-ପାଟଣାଗଡ ରାସ୍ତାକୁ ଲୋକେ ଅବରୋଧ କରିଥିଲେ । ଚୁଡାପାଲି ଗ୍ରାମବାସୀ ଗତ ୧୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଭେଟି ଗ୍ରାମର ସମସ୍ତ ବିସ୍ଥାପିତଙ୍କ ସଂପୂର୍ଣ୍ଣ କ୍ଷତିପୂରଣ ଦେଲାପରେ ଘରଗୁଡିକ ଭାଙ୍ଗିବାକୁ ଅନୁରୋଧ କରିଥିଲେ । କିନ୍ତୁ ଗତକାଲି ଢୁଲୁସର ଗ୍ରାମରେ କେତେକ ଘରକୁ ଭଙ୍ଗାଯାଇଥିଲା । ତେଣୁ ଆଜି ଚୁଡାପାଲି ଗ୍ରାମବାସୀ ମିଳିତ ଭାବରେ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ । ଦୀର୍ଘସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ପରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଆଲୋଚନା କରିଥିଲେ । ପ୍ରକାଶ୍ୟ ଯେ,ଲୋୟରସୁକତେଲ ପ୍ରକଲ୍ପରେ ବିସ୍ଥାପିତ ହେବାକୁଥିବା ୨୯ଟି ଗ୍ରାମ ମଧ୍ୟରୁ ପ୍ରାୟ ୧୫ଟି ଗ୍ରାମର ଲୋକଙ୍କୁ ସଂପୂର୍ଣ୍ଣ କ୍ଷତିପୂରଣ ଦିଆଯାଇଥିବା ଓ ୭ଟି ଗ୍ରାମର ଲୋକଙ୍କୁ କ୍ଷତିପୂରଣ ବଣ୍ଟନ ଚାଲିଥିବା କୁହାଯାଉଛି । ଚୁଡାପାଲି ଗ୍ରାମରେ ପ୍ରଥମକରି ୨୦୦୪ ମସିହାରେ କ୍ଷତିପୂରଣ ବଣ୍ଟନ କରାଯାଇଥିଲା । ତେବେ ମୋଟ ୧୧୦୦ ଲୋକଙ୍କୁ ବିସ୍ଥାପିତ କରିବାକୁ ଥିବା ବେଳେ ଏପର୍ଯ୍ୟନ୍ତ ୫୬୦ଜଣଙ୍କୁ କ୍ଷତିପୂରଣ ବଣ୍ଟନ କରାଯାଇଛି । ଏନେଇ ଲୋୟରସୁକତେଲ ପ୍ରକଲ୍ପର ପିଡିଆରଆର ମହେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ଯେଉଁମାନେ କ୍ଷତିପୂରଣ ପାଇଛନ୍ତି କେବଳ ସେମାନଙ୍କର ଘର ଭଙ୍ଗାଯାଉଛି । ଅନ୍ୟମାନେ ପାଇଲା ପରେ ଘରଭଙ୍ଗାଯିବ ବୋଲି କହିଛନ୍ତି ।