-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Nov-2022
ବଲାଙ୍ଗିର ସହର ଭିତରେ ପୁଣିଥରେ ଜବରଦଖଲ ଉଚ୍ଛେଦ ପାଇଁ ଆରମ୍ଭ ହୋଇଛି ପ୍ରକ୍ରୀୟା । ବିଭିନ୍ନ ପଡାକୁ ଯାଇ ଘର ଭାଙ୍ଗିବା ପାଇଁ ଚିହ୍ନ ଦେଇଛି ପ୍ରଶାସନ । ଏହାକୁ ନେଇ ବିସ୍ଥାପିତଙ୍କ ଭିତରେ କୋକୁଆ ଭୟ ଦେଖାଦେଇଛି । ଆଜି
ସହରର ବିଭିନ୍ନ ପଡାର ଲୋକେ ଶୈଳଶ୍ରୀ ପ୍ୟାଲେସକୁ ଯାଇ କଲିକେଶ ନାରାୟଣ ସିଂଦେଓଙ୍କୁ ଭେଟିଛନ୍ତି । ଘର ଭଙ୍ଗା ବନ୍ଦ କରିବା ପାଇଁ କୋଠାବାଡି ଅଧ୍ୟକ୍ଷ କଲିକେଶ ନାରାୟଣ ସିଂଦେଓଙ୍କୁ ଗୁହାରି କରିଥିଲେ ଲୋକେ । ଏନେଇ ସରକାର ଓ ପ୍ରଶାସନ ସହିତ ଆଲୋଚନା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ କଲିକେଶ । ପୌରାଧ୍ୟକ୍ଷା ଲିକା ସାହୁ ଏବଂ ଅନ୍ୟାନ୍ୟ କାଉନସିଲର ମାନେ ମଧ୍ୟ ଉପସ୍ଥିତ ଥିଲେ ॥