-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Nov-2022
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତେରେସିଂହା ଶାଖାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ (ୟୁ.ଜି.ବି)ର ୧୦ମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l ଏଥିରେ ଶାଖା ପରିଚାଳକ ଦେବ ପ୍ରସାଦ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଫଗୁଣ ଗହୀର, ଗୁଣସାଗର ପଧାନ, ସୁବିନ୍ଦ୍ର ରଣା, ଜଗ ମୋହନ ଗହୀର, କୃଷ୍ଣଚନ୍ଦ୍ର ରଣା, ଗୋକୁଳ ନାଏକ, ଋଷିଚନ୍ଦ୍ର ରଣା, ରାମ ଗହୀର, ଜଗବନ୍ଧୁ ଭୋଇ, ରାଜ କିଶୋର ଗହୀରଙ୍କ ସମେତ ଅନେକ ବ୍ୟାଙ୍କ ଗ୍ରାହକ ଉପସ୍ଥିତ ରହିଥିଲେ l ବ୍ୟାଙ୍କ କ୍ୟାସିୟର ରବିନ୍ଦ୍ର ବାର୍ଲା ଓ ଅସ୍ଥାୟୀ କର୍ମଚାରୀ ସୁଶାନ୍ତ ରଣା ପ୍ରମୁଖ ସହଯୋଗ କରିଥିଲେ l ସେହିପରି ରେଗେଡ଼ା ଶାଖାରେ ମଧ୍ୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l