-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
01-Nov-2022
ବଲାଙ୍ଗୀର/ ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘ ଓ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜନସ୍ୱସ୍ଥ୍ୟ ବିଭାଗ ୫ଟି ଅଧୀନରେ ଥିବା ବେଳେ ଏହା ଏକ ଅତ୍ୟାବଶ୍ୟକ ସଂସ୍ଥା । ଦୀର୍ଘ ୨ଠ ବର୍ଷ ହେଲାଣି ବଲାଙ୍ଗୀର ଜନସ୍ୱସ୍ଥ୍ୟ ବିଭାଗରେ ଏହି କର୍ମଚାରୀ ମାନେ କାମ କରି ଆସିଥିବା ବେଳେ ସରକାର ଏମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦିଗରେ ପାତରଅନ୍ତର ନୀତି ଅନବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଅସ୍ଥାୟୀ ଭାବରେ ଥିବା ସିଏଲ୍ ଆର୍ ଓ ଡିଏଲ୍ ଆର୍ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିିଯୁକ୍ତି ଦାବିରେ କର୍ମଚାରୀ ମାନେ ଜିଲ୍ଲାପାଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ସଂଘ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।