-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
30-Oct-2022
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ବଲାଙ୍ଗୀର ଗାନ୍ଧୀ ଷ୍ଟାଡିମ ଠାରେ ଆଜି ସକାଳୁ ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଦ୍ୱାରା ଫିଟ ଇଣ୍ଡିଆ ଫ୍ରିଡମ ରନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।
ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ଠାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ
ରାଣା ଓ ଏସ.ପି ନିତିନ କୁଶଳକର ଯୋଗଦେଇ ସବୁଜ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ । ଗାନ୍ଧି ଷ୍ଟାଡିୟମ ଠାରୁ ପ୍ରାୟ ୪ କିଲୋମିଟର ଲର୍କିପାଲି ଆଇ.ଟି.ଆଇ ପର୍ଯ୍ୟନ୍ୟ ଦଉଡିଥିଲେ ସମସ୍ତେ । ଏହି ମାରାଥନରେ ସାମିଲ ହୋଇ ନିଜେ ଏସ.ପି ଓ ଜିଲ୍ଲାପାଳ ଦଉଡି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବର୍ତ୍ତମାନ ଫିଟ ରହିବା ବହୁତ ଜରୁରୀ ବୋଲି କହିଛନ୍ତି ଉଭୟ ଏସ.ପି ଓ ଜିଲ୍ଲାପାଳ ॥