-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
29-Oct-2022
ବଲାଙ୍ଗିର (ପ୍ରେରଣା ଖବର) :ଆଜି ୧୦ଟା ସମୟରୁ ବଲାଙ୍ଗୀର ଦିନ ଆୟୋଜକ କମିଟି ତରଫରୁ ବଲାଙ୍ଗୀର ଟାଉନ ହଲ ଠାରେ ଡ୍ୟାନ୍ସ ଓ ଆମର ପିନ୍ଧନ ଉଢନ ପ୍ରତିଯୋଗିତା ଅପରାହ୍ନ ଦୁଇଟା ରେ କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ହୁଲା ହୁଲି ଓ ରଙ୍ଗଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଆଜି ସର୍ବପ୍ରଥମେ କମିଟି ର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ଓ ସଦସ୍ୟ ମାନେ ଉପସ୍ଥିତ ରହି ମାଁ ସମଲେଶ୍ଵରୀ ମାଁ ପାଟଣେଶ୍ବରୀଙ୍କ ଫଟୋଚିତ୍ର ରଖି ମଞ୍ଚ ପୁଜନ ହୋଇଥିଲା ତା'ପରେ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ପରବର୍ତ୍ତୀ ସମୟରେ ଦିନ ଦୁଇଟା ରୁ ଆମ ପିନ୍ଧନ ଉଢନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବଲାଙ୍ଗୀର ଟାଉନ ହଲ ଠାରେ ଏଥିରେ ଆଖପାଖ ଜିଲ୍ଲାର ମଧ୍ୟ ପ୍ରତିଯୋଗୀ ଭାଗ ନେଇଥିଲେ ସମସ୍ତ ପ୍ରତିଯୋଗି ମାନଙ୍କୁ ୧ ନଭେମ୍ବର ବଲାଙ୍ଗୀର ଦିନ ହେବାକୁ ଥିବା ମୂଖ୍ୟ ମଞ୍ଚ ରେ ପରିବେଷଣ କରିବାକୁ ସୁଯୋଗ ଦିଆଯିବ। ଆଜି ଏହି କାର୍ଯ୍ୟକ୍ରମରେ ବିଚାରକ ଭାବରେ ବ୍ରହ୍ମାନନ୍ଦ ବନଛୋର, କପିଳେଶ୍ୱର ଖମାରୀ,ନିମାଇଁ ଚରଣ ପାଣିଗ୍ରାହୀ, ଶ୍ରାବଣୀ ପାଣିଗ୍ରାହୀ,ଶ୍ରୀପଦା ଷଡ଼ଙ୍ଗୀ, ମନୋରଞ୍ଜନ ପଟେଲ ଥିଲେ। ଆୟୋଜକ କମିଟି ର ବିଦୁ
ଭୁଷଣ ତ୍ରିପାଠୀ,ଲୋଟସ ଷଡ଼ଙ୍ଗୀ, ଗୋପାଳ ପ୍ରଧାନ, ମୁରଲୀଧର ପତି, ବିନୋଦ କାଳସାଏ, ସଙ୍ଗୀତା ଦାସ, ଦିନେଶ ଶର୍ମା, ସୋମନାଥ ମିଶ୍ର, ଅଙ୍କୁଶ ପାଣ୍ଡିଆ,ଅବିଶେକ ଦାସ, ସଞ୍ଜୀବ ସାହୁ,ସୁମେସ ଡାଙ୍ଗ,ରିଲୁ ରଥ, ରଞ୍ଜିତ ପ୍ରଧାନ,ଥବିର କର୍ମୀ, ରବି ଖମାରୀ,ସନ୍ଦିପ ବାଗ, ରାମ ଶଙ୍କର ଶତପଥୀ, ମନୋରଞ୍ଜନ ସାହୁ, ଜୟକୃଷ୍ଣ ମିଶ୍ରଙ୍କ ସମେତ କମିଟି ସଦସ୍ୟମାନେ ସହଯୋଗ କରିଥିଲେ।