-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
29-Oct-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ମସ୍ତିଷ୍କାଘାତ ଦିବସ ପାଳିତ ହୋଇଯାଇଛି । ଏହି ଅବଶରରେ ଆୟୋଜିତ ସଭାରେ ମେଡିକାଲ ଅଫିସର ଡ. ଡ.ଆଶୁତୋଷ ମିଶ୍ର ଯୋଗଦେଇ ମସ୍ତିଷ୍କାଘାତ ଦିବସ ପାଳନର ତାତ୍ୱର୍ଯ୍ୟ ଉପରେ ବୁଝାଇବା ସହ ରୋଗର କାରଣ ଓ ନିରାକରଣ ଉପରେ ବୁଝାଇଥିଲେ । କାର୍ଯ୍ୟକ୍ରମ ଅନ୍ୟମାନଙ୍କ ସେକ୍ଟର ସୁପରଭାଇଜର ଅକୃର ହୋତା, ଟିବି ସୁପରଭାଇଜର ବିଶିକେଶନ ରଥ ଏବଂ ବ୍ଲକ ଡାଟା ମେେନେଜର ରାଜେନ୍ଦ୍ର ଦେହେରୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀଙ୍କ ସମେତ ବିଭିନ୍ନ ସ୍ଥାନରୁ ମହିଲା ଏବଂ ଜୁବତୀ ମାନେ ଯୋଗଦେଇଥିଲେ ।