-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
29-Oct-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଲ ଅଧିନସ୍ଥ କ୍ଷିରପୁର କେନାଲରେ ଫସିଥିବା ବାରାହକୁ ଉଦ୍ଧାର କରିବାକୁ ଯାଇ ବାରାହ ଆକ୍ରମଣରେ ଜଣେ ବନରକ୍ଷୀ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବନରକ୍ଷୀ ଜଣକ ହେଲେ ଆଶୁତୋଷ ହୋତା । ସୂଚନା ଅନୁସାରେ ଆଜି ସକାଲୁ କ୍ଷିରପୁର କେନାଲରେ ଏକ ବାରାହ ଫସିଯାଇଥିବା ଖବର ପାଇଁ ଆଶୁତୋଷ ନିଜ ଟିମ ସହ ଘଟଣା ସ୍ଥଳରେ ପହଂଚିଥିଲେ । ସେଠାରେ ବାରାହକୁ ଉଦ୍ଧାର କରୁଥିବା ସମୟରେ ବାରାହ ଅଶୁତୋଷଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗୋଡରେ କାମୁଡି ମାଂଶ ପିଣ୍ଡୁଲା ନେଇଯାଇଥିଲା । ଫଳରେ ବହୁ ରକ୍ତ ସ୍ରାବ ହେବା ସହ ଗୁରୁତର ହୋଇପଡିଥିଲେ । ଘଟଣା ସ୍ଥଳରୁ ତାଙ୍କ ଉଦ୍ଧାର କରି ଏମ୍ବଲାନ୍ସ ଯୋଗେ ଉଲୁଣ୍ଡା ଦାକ୍ତରଖାନାକୁ ଆଣିଥିଲେ । ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଦାକ୍ତରଖାନାକୁ ଉଚ୍ଚତର ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା ।