-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
29-Oct-2022
-କୋଦଳା (ଉମା ମହାରଣା)
ପ୍ରତ୍ୟେକ ବର୍ଷ ଭଳି ଏହିବର୍ଷ ମଧ୍ୟ କୋଦଳା ଅଞ୍ଚଳ ର ଆରାଧ୍ୟ ଦେବତା ବାବା ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ମସ୍ତକ ରେ ଏକଲକ୍ଷ୍ୟ ବେଲପତ୍ର ସହିତ ଚନ୍ଦନ ଲେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସକାଳୁ ସକାଳୁ ମନ୍ଦିର ସେବାୟତ ସମେତ କୋଦଳା ର ଶ୍ରଦ୍ଧାଳୁ ଭକ୍ତ ଦଣ୍ଡିଶ୍ୱର ମନ୍ଦିର ରୁ ବାହାରି ନାମ ସଂକୀର୍ତ୍ତନ ସହିତ ଏକ ବିରାଟ ପଟୁଆର ରେ ଚାଲି ଚାଲି ଜଙ୍ଗଲ ମଧ୍ୟକୁ ଯାଇ ବେଲପତ୍ର ସଂଗ୍ରହ କରି ସେଠାରେ ପ୍ରସାଦ ସେବନ କରି ମନ୍ଦିର ମଧ୍ୟ କୁ ସନ୍ଧ୍ୟାରେ ପ୍ରତ୍ୟାବର୍ତ୍ତନ କରିଥିଲେ ।ଶୁକ୍ରବାର ସନ୍ଧ୍ୟାରେ ଅଞ୍ଚଳ ର ନୈସ୍ଟିକ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନି ରେ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଇଥିଲା । ସେବାୟତ ଙ୍କ ସହଯୋଗ ରେ ଓଁ ନମଃ ଶିବାୟ ମନ୍ତ୍ର ଧ୍ୱନି ରେ ଚନ୍ଦନ ଲେପ ଓ ବେଲପତ୍ର ଅର୍ପଣ କରିଥିଲେ । କିନ୍ତୁ ସମସ୍ତଙ୍କ ନଜର ଥିଲା ଅଜ୍ଞାମାଳ ଉପରେ । ଆଜ୍ଞାମାଳ ପାଇଲେ ହେବ ମହାଯଜ୍ଞ,ଅପେକ୍ଷ୍ୟା କରିଥିଲେ ହଜାର ହଜାର ଭକ୍ତ , ବହୁ ସମୟ ପୂଜାର୍ଚନା ପରେ ମିଳିଲା ବାବାଙ୍କ ଆଜ୍ଞାମାଳ, ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହେଲା ମନ୍ଦିର ପ୍ରାଙ୍ଗଣ, ସମସ୍ତଙ୍କ ମୁହଁ ରେ ଖୁସି, ହେବ ମହାଯଜ୍ଞ, ଆରମ୍ଭ ହେଲା ପ୍ରସ୍ତୁତି ପର୍ବ । ଦିନ,ମାସ, ସମୟ ନିଷ୍ପତି ହୋଇନଥିବା ବେଳେ ପର୍ଯ୍ୟାୟ କ୍ରମେ ବୈଠକ କରାଯାଇ ପଞ୍ଚ ମହାଯଜ୍ଞ ପାଇଁ ଦିନ ଧାର୍ଯ୍ୟ କରାଯିବ ବୋଲି ମନ୍ଦିର ପ୍ରଶାସନ ପ୍ରକାଶ କରିଛନ୍ତି । ଦୀର୍ଘ ୮ ବର୍ଷ ପରେ ଅଞ୍ଚଳ ବାସି ଏହି ସୌଭାଗ୍ୟ ପାଇଥିବାରୁ ଅଞ୍ଚଳ ରେ ଖୁସିର ଲହରୀ ଦେଖାଦେଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ମନ୍ଦିର ପୁରୋହିତ ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ପଦ୍ମ ଚରଣ ଦାଶ, କୈଳାଶ ଚନ୍ଦ୍ର ଶତପଥୀ, ଦୁର୍ଗା ପ୍ରସାଦ ଦାଶ,ନାଗ ଭୂଷଣ ପତି,ବାପ ଦାଶ,ଶ୍ରୀକାନ୍ତ ପାଢ଼ୀ, ନୃସିଂହ ପ୍ରସାଦ ଦାଶ, ଭୋଳା ଶଙ୍କର ଦାଶ , ଅମିତ କୁମାର ଦାଶ ସମେତ ବହୁ ବିଦ୍ୱାନ ବ୍ରାହ୍ମଣ ଯୋଗ ଦେଇଥିବା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ପୂର୍ବତନ ଏନଏସି ଅଧ୍ୟକ୍ଷ୍ୟ ହର ପ୍ରସାଦ ସାହୁ, ଅଧ୍ୟକ୍ଷ୍ୟ ସୂର୍ଯ୍ୟ ନାରାୟଣ ନାୟକ, ସମାଜସେବୀ, ପ୍ରଭୁଭକ୍ତ ପ୍ରମୁଖ ଏହି ଆଧ୍ୟାତ୍ମିକ କାର୍ଯ୍ୟ ରେ ଯୋଗ ଦେଇଥିଲେ ।