-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
23-Oct-2022
ବରଗଡ଼: ରବିବାର ଦିନଠାରୁ ପରଂପାରିକ ରୀତିରେ ଧୁମ୍ଧାମ୍ରେ କଳସ ଶୋଭାଯାତ୍ରା ସହ ଆରମ୍ଭ ହୋଇଛି ବରଗଡ଼ ଗୋବିନ୍ଦପାଲି ସ୍ଥିତ ମାଁ ଧନଲକ୍ଷ୍ମୀ ଦେବୀଙ୍କ ବାର୍ଷିକ ପୂଜା । ଏହି କଳସ ଶୋଭାଯାତ୍ରାରେ ଗୋବିନ୍ଦପାଲି ତଥା ଆଖପାଖ ଅଞ୍ଚଳର ୨୫୦ରୁ ଊର୍ଦ୍ଧ୍ୱ ମହିଳା ଭାଗ ନେଇଥିଲେ । ରୀତିବିଧିରେ ଗୋବିନ୍ଦପାଲି ସ୍ଥିତ କୁମ୍ଭାରବନ୍ଧଠାରେ ପୂଜା ଅର୍ଚ୍ଚନା ପରେ ଦୁଲଦୁଲି, ଘଣ୍ଟପାର୍ଟି ତଥା ଗଣ୍ଡାବଜାଦ୍ୱାରା ଗୋବିନ୍ଦପାଲି ପରିକ୍ରମା ସହ ଏକ ବିଶାଳ ଶୋଭାଯାତ୍ରାରେ କଳସରେ ପାଣି ପୂଜା ମଣ୍ଡପକୁ ଅଣାଯାଇଛି । ଏହି କଳସ ପାଣିରେ ଆସନ୍ତାକାଲି ମାଁ ଧନଲକ୍ଷ୍ମୀଙ୍କର ମହାସ୍ନାନ କରାଯିବା ପରେ ଆରମ୍ଭ ହେବ ଷୋଡ଼ଶ ଉପଚାର ପୂଜା । ଚଳିତ ବର୍ଷ ଶ୍ରୀମତୀ ସରିତା ମହାପାତ୍ର ଓ ଶ୍ରୀ ଜାପାନ ମହାପାତ୍ର କର୍ତ୍ତା ଦାୟିତ୍ୱ ତୁଳାଉଥିବା ବେଳେ ପଣ୍ଡିତ ରୂପେଶ୍ୱର ଷଡ଼ଙ୍ଗୀ, ଚିତ୍ତରଂଜନ ଦାଶ, ଆଲୋକ ଷଡ଼ଙ୍ଗୀ ଓ ନରେଶ ଷଡ଼ଙ୍ଗୀଙ୍କଦ୍ୱାରା ମାଁଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ । ଏହା ସହିତ ଧବଳେଶ୍ୱର ବାବା ମନ୍ଦିରର ପୂଜକ ଶ୍ରୀ ସୋନୁ ମହାପାତ୍ର ଓ କୁଳମଣି ମହାପାତ୍ର ଏହି ପୂଜାକାର୍ଯ୍ୟରେ ସହଯୋଗ କରିଥାନ୍ତି । ଏହାଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଚଳିତ ବର୍ଷ ସନ୍ଧ୍ୟା ସମୟରେ ଆରମ୍ଭ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ବିଚିତ୍ରା । ଏଥିରେ ଡ଼ାଲଖାଇ ଲୋକନୃତ୍ୟ, ଅର୍କେଷ୍ଟ୍ରା, ଭଜନ ସନ୍ଧ୍ୟା, କୃଷ୍ଣଗୁରୁ, ଦଣ୍ଡନୃତ୍ୟ ଆଦି କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ତା. ୩୦/୧୦/୨୦୨୨ ରବିବାର ଅପରାହ୍ଣ ୪ଘଣ୍ଟାରେ ପୂର୍ଣ୍ଣାହୂତି ଓ ମହାପ୍ରସାଦର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।