-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
20-Oct-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁବାର ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ମୁଖ୍ୟ ଅତିଥି ଭାବେ ରିଷିଡା ନାଏବ ସରପଞ୍ଚ ନରେଶ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ଏବିଇଓ ସହଦେଵ ସୁନା,ସଂମାନିତ ଅତିଥି ଭାବେ ସିଆରସିସି ଅନ୍ତର୍ଯ୍ୟାମୀ ମଲ୍ଲିକ, ସରକାରୀ ବାପୁଜି ଉଚ୍ଚ ବିଦ୍ୟାଳୟ ରିଷିଡା ର ପ୍ରଧାନ ଶିକ୍ଷକ ସାଗର ରଣା, ସରକାରୀ ଉଚ୍ଚ ବିଦ୍ୟାଳୟ ରିଷିଡା ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟତମା ଜେନା, ଶତ୍ରୁଘନ ହରିଜନ, ଫକୀର ମାଝୀ ପ୍ରମୁଖ ଯୋଗ ଦେଇ ଆଞ୍ଚଳିକ ସ୍ତରରେ ଛାତ୍ରୀ ଛାତ୍ର ମାନଙ୍କ ପ୍ରତିଭା କୁ ଚିନ୍ହଟ କରି ସାମନା କୁ ଆଣିବା ମହୋତ୍ସବ ର ପ୍ରୟାସ ବୋଲି ମତ ପୋଷଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଜୟନ୍ତୀ ପଣ୍ଡା, ସୁରଜିତ ରଣା ରାକେଶ କୁମାର, କୁମାର ତରୁଣ ଗହୀର,ବିଦ୍ୟୁତଲତା ସୁନା ସହଯୋଗ କରିଥିଲେ। ଏଥିରେ ସରକାରୀ ଉଚ୍ଚ ବିଦ୍ୟାଳୟ ରିଷିଡା,ସରକାରୀ ବାପୁଜି ଉଚ୍ଚ ବିଦ୍ୟାଳୟ ରିଷିଡା, ବାଞ୍ଜିପଦର ୟୁ,ଜି ଏଚ,ଏସ,ଝାରମୁଣ୍ଡା ୟୁପିଏସ, ଓଡ଼ିଆମୁଣ୍ଡା ୟୁପିଏସ, ବ୍ରାହ୍ମଣୀମୁଣ୍ଡା ଓ କନ୍ଧପଡା ପ୍ରା.ବି ର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।