-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
19-Oct-2022
ନାକଟିଦେଉଳ(କନ୍ଦର୍ପ ବେହେରା) ନାକ୍ଟିଦେଉଳ ରେଞ ଅଧିନରେ ଥିବା ଗାଁ ମାନଙ୍କରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେଉଥିବା ଜଣା ପଡ଼ିଛି ା। ତା ୧୮.୧୦.୨୨ ରିଖ ର ଵିଳମ୍ଵିତ ରାତ୍ରିରେ ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ବଳମ ପଞ୍ଚାୟତ ର ମହୁକୁଦ ଗ୍ରାମ ଖଳିମୁଣ୍ଡା ନିକଟବର୍ତ୍ତୀ ଜାମୁପଟି ରେ ପ୍ରାୟ ଵାର ଘରିଆ ହାତୀ ପ୍ରଵେଶ କରି ପାଞ୍ଚ ଜଣ ଵ୍ୟକ୍ତି ଙ୍କର ଚାଷ ଜମି ର ଅଧାଭାଗ ଫସଲ ନଷ୍ଟ କରିଛନ୍ତି । ଏବର୍ଷ ଚାଷ ଭଲ ହୋଇଥିବା ରୁ ଚାଷୀମାନେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି । ବାରମ୍ବାର ହାତୀ ଉପଦ୍ରବ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ପ୍ରତିକାର କରାଯାଇପାରିନାହିଁ ା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଆବଶ୍ୟକୀୟ କ୍ଷତିପୁରଣ ଦେବାକୁ ଦାବୀ ହେଉଛି ା ହାତୀ ଘଉଡାଇବାରେ ବନବିଭାଗର କର୍ମଚାରୀମାନେ ଆଗ ଭର ହେଉ ନ ଥିବା ଅଭିଯୋଗ ହେଉଛି ା