-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Oct-2022
ବୀରମହାରାଜପୁର (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଟାଙ୍ଗରସାହି ଠାରୁ ବିଜୁ ଜନତା ଦଳର ପଦଯାତ୍ରା ମାନ୍ୟବର ବିଧାୟକ ପଦ୍ମନାଭ ବେହେରା ଙ୍କ ନେତୃତ୍ୱରେ ବାହାରି, ହନୁମାନ ଛକ, ରଥିସାହି, ଝାରକୁମୁଣ୍ଡା, ଚମ୍ପାପୁର, ଚମ୍ପମାଲ ଓ ବାଘମାରୀ ପହଞ୍ଚି ବିଭିନ୍ନ ସ୍ଥାନରେ ନେତୃବର୍ଗ ଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଦିଆ ଯାଇଥିଲା l ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଶାସନ ଓ ବିକାଶ ମୂଳକ କାର୍ଯ୍ୟ କୁ ଜନସାଧାରଣ ଙ୍କ ଆଗରେ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେଡି ନେତା ସ୍ୱୟମ୍ଭୁନାଥ ଖଣ୍ଡଗିରି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝାସକେତନ ବଘାର, ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା, ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଂଜିତ କୁମାର ରଥ, ଯୁବ ବିଜେଡି ଜିଲ୍ଲା ସଭାପତି ଅଶୋକ ନନ୍ଦ,ପ୍ରଦୀପ ମିଶ୍ର, କିଶୋର ହୋତା, ସତ୍ୟଞ୍ଜୀବ ମିଶ୍ର, ଧୀରେନ୍ଦ୍ର ନାରାୟଣ ପଣ୍ଡା, ବିହାରୀ ଲାଲ ମିଶ୍ର, ମୀନକେତନ ମହାକୁର,କୃତିବାସ ମିଶ୍ର, ସମିତି ସଭ୍ୟ ଲଷ୍ମୀ ନାରାୟଣ ପୁରୋହିତ, ଶୈଳ ରଞ୍ଜନ ବାଦୀ, ସଇନ୍ଦୁ ସାହୁ, ସରପଞ୍ଚ ମହେନ୍ଦ୍ର ଜଗଦଲା, ସୂର୍ଯ୍ୟ ନନ୍ଦ, ମନୋଜ କୁମାର ସାହୁ, ବିନୟ କୁମାର ପଧାନ, ହୃଷିକେଶ ପଣ୍ଡା, କୃଷ୍ଣ ମେହେର, ମଧୁସୂଦନ ପଣ୍ଡା, ପିତାମ୍ବର ସାହୁ ପ୍ରମୁଖ ଶତାଧିକ କର୍ମୀ ଯୋଗଦେଇଥିଲେ l ଆସନ୍ତା ୨୦ ଅକ୍ଟୋବର ସୁବଳୟା ଜୋନ ର କେନଝିରିଆପାଲି, ବହଳପଦର, ଦୁର୍ଜନ ତୈଳl ପ୍ରଭୁତି ପଞ୍ଚଯାତ ରେ ପଦଯାତ୍ରା ହେବବୋଲି ଜଣାଯାଇଛି l