-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
16-Oct-2022
କଟକ(ପ୍ରେରଣା ଖବର) : ଆସନ୍ତା ନଭେମ୍ବର ମାସରେ ବାଲେଶ୍ବରଠାରେ ବରିଷ୍ଠ ଅନ୍ତଃ ଜିଲ୍ଲା ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଜି କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ସଙ୍ଘ ପକ୍ଷରୁ ଭକ୍ତ ମଧୁ ବିଦ୍ୟାପୀଠ ଖେଳ ପଡିଆରେ ପୁରୁଷ ଖେଳାଳି ଚୟନ ପ୍ରକ୍ରିୟାର ଆୟୋଜନ ହୋଇଯାଇଛି। ଏହି ଖେଳାଳି ଚୟନ ପ୍ରକ୍ରିୟାରେ କଟକ ଜିଲ୍ଲାର ୩୯ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ସଙ୍ଘର ସମ୍ପାଦକ ଅଜୟ କୁମାର ସାହୁଙ୍କ କହିବା ଅନୁଯାୟୀ ଏହି ଖେଳାଳୀ ମଧ୍ୟରୁ ୧୦ ଜଣ ପୁରୁଷ ପ୍ରତିଯୋଗୀଙ୍କୁ ଚୟନ କରାଯାଇ ଅନ୍ତଃ ଜିଲ୍ଲା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯାଇଛି।