-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
16-Oct-2022
ସମ୍ବଲପୁର(ସଞ୍ଜୀବ କୁମାର ପାଣିଗ୍ରାହୀ) : ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ସେବା'ର ସାମାଜିକ ସମାଜସେବା କାର୍ଯ୍ୟକ୍ରମ ଜାରୀ ରହିଥିବାବେଳେ ରବିବାର ସମ୍ବଲପୁର
ମହାନଗର ନିଗମ ୱାର୍ଡ ନମ୍ବର ୪୦ ଅନ୍ତର୍ଗତ ମାନେଶ୍ଵର ହାଟପଡ଼ା ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା I ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର
ଲୋକମାନଙ୍କ ମଧୁମେହ, ରକ୍ତଚାପ, ରକ୍ତ ଶର୍କରା ଆଦି ପରୀକ୍ଷା କରାଯାଇ ପରାମର୍ଶ ଦିଆଯାଇଥିଲା I "ସେବା" ର ଅଧକ୍ଷ ଡ଼ଃ ଅମର ତାଣ୍ଡିଆଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିବିରରେ ବହୁ ଟେକନିସିଆନ ଯୋଗଦାନ କରି ରକ୍ତ ପରୀକ୍ଷା କରିଥିଲେ I ଅନୁଷ୍ଠାନର ସୁପ୍ରିତ ନାୟକ, ଭାରତ ସାହୁ, ରାମଚନ୍ଦ୍ର ବଘାର, ଆର୍ତ୍ତତ୍ରାଣ ବାଗ, ଜିତେନ୍ ଛୁରିଆ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ I