-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
14-Oct-2022
ବଲାଙ୍ଗୀର-- ଆସନ୍ତା ୧୬ ତାରିଖରେ ଚେନ୍ନାଇ ସ୍ଥିତ ଆସିଏଫ୍ ପାଲାନିସାମି ଇନ୍ଡୋର ଷ୍ଟାଡିୟମରେ ୧୯ତମ ସର୍ବ ଭାରତୀୟ ମୱାତେକା ସିଟୋରିଓ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ କରାଟେ ଏକାଡେମୀର ୧୦ ଜଣ ଛାତ୍ରୀ ଛାତ୍ର ଭାଗ ନେବା ପାଇଁ ମନୋନିତ ହୋଇଛନ୍ତି । ଏଥିରେ ବାଳିକା ବିଭାଗରେ ଅଙ୍କିତା ଦାଶ, ସମିକ୍ଷା ସମୃଦ୍ଧି ଷଡଙ୍ଗି, ହେମାଲିନି ହୋତା, ସୋହାନି ପଣ୍ଡା, ପ୍ରାଚୀ ବେହେରା ଭାଗ ନେଉଥିବା ବେଳେ ବାଳକ ବିଭାଗରେ ମିଥିଲେଶ କୁମାର ବେହେରା, ଆରବ ଭଞ୍ଜ, ଅନ୍ୱେଷ କୁମାର ସାହୁ, ସେକ୍ ମହମ୍ମଦ ଅସିଫ ରାଜା ଓ ଭେଙ୍କଟ ରମନ କଟୁଆଲ ଭାଗ ନେବେ ବୋଲି କରାଟେ ଏକାଡେମୀର ପ୍ରତିଷ୍ଠାତା ତଥା କୋଚ ଅସୀମ କୁମାର ଭୋଇ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଆଜି ଏମାନେ ଶ୍ରୀ ଭୋଇଙ୍କ ନେତୃତ୍ୱରେ ଚେନ୍ନେଇ ଅଭିମୁଖେ ଯାତ୍ରା କରିଛନ୍ତି ।