-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
13-Oct-2022
ଲୋଇସିଂହା,(ବିନୋଦ କୁମାର ଦୀପ) ଲୋଇସିଂହା ସ୍ଥିତ ପନେସରା ରୁ ବୁର୍ଡl ଓ ଲୋଇସିଂହାକୁ ସଂଯୋଗ କରୁଥିବା ଚାରିଛକ ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଆଜି ଦିନ ଦୁଇ ପ୍ରହରରେ ଘଟିଯାଇଛି l ସୂଚନାରୁ ପ୍ରକାଶ ଯେ ଆନ୍ଦ୍ରିୟ ଛତ୍ରିଆ(୬୦) ଗ୍ରାମ ପନେଶରା, ଏକ ସାଇକେଲ ଯୋଗେ ନିଜ ପନେଶରା ଗ୍ରାମକୁ ଯାଉଥିବା ସମୟରେ ଏକ ହାୱାଇ ଗାଡି ଧକ୍କା ଦେଲା l ଏହି ଖବର ଜାଣିବା ପରେ ପରିବାର ସହାୟତାରେ ସ୍ଥାନୀୟ ସରପଞ୍ଚ ରମାକାନ୍ତ ବିଶ୍ୱାଳ ଗୁରୁତର ଅବସ୍ଥାରେ ଆନ୍ଦ୍ରିୟଙ୍କୁ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଂଚାଇଲ l ଡାକ୍ତର ଦେଖିଵା ପରେ ଆନ୍ଦ୍ରିୟଙ୍କୁ ମୃତ ଘୋଷଣା କଲେ ଓ ଶବବ୍ୟବଚ୍ଛେଦ ପାଇଁ ବଲାଙ୍ଗୀରକୁ ରେଫର କଲେ l ଏହି ବିଷୟକୁ ନେଇ ଲୋଇସିଂହା ଥାନାରେ ଏକ କେସ ୩୪୦/୨୨ ରୁଜୁ ହୋଇଛି l