-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
07-Oct-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଳକ ଅନ୍ତର୍ଗତ ସିଂଘିଯୁବା ଓ ପଲସାପାଲି ତ୍ରିବେଣୀ ଛକରେ ମାଁ ଦୁର୍ଗାଙ୍କ ପୂଜା ସହ ଭସାଣୀ ଉତ୍ସବ ପାଳିତ ହୋଇଯାଇଛି।ସିଂଘିଯୁବା ରେ ଅନୁଷ୍ଠିତ ମାଁ ଦୁର୍ଗାଙ୍କ ପୂଜାରେ ଶୁକଦେବ ଶତପଥି,ଫଗନୁ ଭୁଏ ଓ ଭଗବାନ ସାହୁ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ଆଦିତ୍ୟ ପାଢ଼ୀ ଓ ଶିବନାରାୟଣ ନାୟକ ପୂଜକ ଦାୟିତ୍ୱ ତୁଲାଇଥିଲେ।ଦୁର୍ଗାପୂଜା ଅବସରରେ ପ୍ରତ୍ୟହ ଏଠାରେ ନାମ ସଂକୀର୍ତ୍ତନ,ପାରାୟଣ, ଦଣ୍ଡନୃତ୍ୟ,ନୃତ୍ୟ ପ୍ରତିଯୋଗିତା ତଥା ଡାଲଖାଇ ନାଚଗୀତ ସହ ରାବଣ ପୋଡି କାର୍ଯ୍ୟକ୍ରମ ହୋଇଥିଲା।ଏହି ଅବସରରେ ଆୟୋଜିତ ନୃତ୍ୟ ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳର ବହୁ କୁନି ପ୍ରତିଭା ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଆ ଧାରାବାହିକ କଳାକାର ରଶ୍ମିତା ନାୟକ ଓ ଶ୍ୱସ୍ତୀକ ସୁନନ୍ଦନ ହୋତା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦର୍ଶକଙ୍କୁ ମୁଗଧ୍ୱ କରିଥିଲେ। ଗୀତିକାର ସୁରେଶ ଦାଶ,ସିଆରସିସି ଆର୍ତ୍ତ ପଶାୟତ ଓ ଶିକ୍ଷକ ରାଜକୁମାର ମହାକୁର ଅତିଥି ଭାବେ ଯୋଗ ଦେଇଥିଲେ।ଗୁରୁବାର ଦିନ ଘଣ୍ଟବାଦ୍ୟ ଓ ଡିଜେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ନିକଟସ୍ଥ ନାଳାରେ ମାଁ ଙ୍କୁ ବିଦାୟ ଦେଇଥିଲେ।ପୂଜା କମିଟି ସଭାପତି ସଞ୍ଜୀବ କୁମାର ମିଶ୍ର, ସମ୍ପାଦକ ସଞ୍ଜୀବ ସାହୁ ଓ କୋଷାଧ୍ୟକ୍ଷ ବିଦ୍ୟାଧର ସାହୁଙ୍କ ସହ ସମସ୍ତ କମିଟି ସଦସ୍ୟ ପରିଚାଳନା କରିଥିବାବେଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।ସେହିପରି ପଲସାପାଲି ତ୍ରିବେଣୀ ଛକ ଦୁର୍ଗାପୂଜାରେ ସହଦେବ ପଧାନ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ପଣ୍ଡିତ ଯୁଗିନ୍ଦ୍ର ଶତପଥି ଓ ଲିକୁ ମିଶ୍ର ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଥିଲେ।ଏଠାରେ ମଧ୍ୟ ପ୍ରତ୍ୟେକ ଦିନ ସଂକୀର୍ତ୍ତନ ସାଙ୍ଗକୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।