-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
07-Oct-2022
ପଦ୍ମପୁର - ପବିତ୍ର ବିଜୟା ଦଶମୀ ଆଜି ଦୁର୍ଗା ପୂଜାର ଶେଷ ଦିନରେ ପ୍ରବଳ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ମହାମାରୀ କୋରୋନାର ପ୍ରଭାବରେ ଦୁଇ ବର୍ଷ ମା ଦୁର୍ଗତି ନଶିନି ଦୁର୍ଗା ଦେବୀଙ୍କ ପୂଜା ବନ୍ଦ ଥିଲା। ଏ ବର୍ଷ ମହାମାରୀ ସଙ୍କଟ ଦୂରେଇ ଯାଇଥିଲେ ମଧ୍ୟ ଲୋକଙ୍କ ମନରେ ଆନନ୍ଦ ଉଲ୍ଲାସରେ ମା ଦୁର୍ଗାଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମି ଥିଲା।
ପ୍ରଭୁ ଶ୍ରୀରାମ ପାପ ନାଶକ ରାବଣକୁ ଦହନ କରି ବିଜୟ ଲାଭ କରିଥିଲେ । ଆତସବାଜି ଶବ୍ଦରେ ପଦ୍ମପୁର ପ୍ରକମ୍ପିତ ହେଉଥିଲା ।
ଦଶହରାର ବିଜୟା ଦଶମୀ ହେଉଛି ଅଧର୍ମର ବିନାଶ ଓ ଧର୍ମ ର ଜୟ ।ଅସତ୍ୟ ଉପରେ ସତ୍ୟର ବିଜୟ। ଅନ୍ଧାର ଉପରେ ଆଲୋକର ବିଜୟ । ଅନ୍ୟାୟ ଉପରେ ନ୍ୟାୟର ବିଜୟ ।ଏହି ପବିତ୍ର ଦିନକୁ ହିନ୍ଦୁ ଧର୍ମରେ ଏକ ମହତ୍ତ୍ୱପର୍ଣ୍ଣ ଦିନ ବୋଲି କୁହାଯାଏ ।
ସନ୍ଧ୍ୟା ସମୟରେ ରାଜା ପରିବାର ର ଯୁବରାଜ ଚାନ୍ଦ ମାରି କାର୍ଯ୍ୟକ୍ରମରେ ବାହାରି ନଗର ପରିକ୍ରମା କରିଥିଲେ। ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
(ପଦ୍ମପୁରରୁ ନରହରି ବଗର୍ତ୍ତୀଙ୍କ ରିପୋର୍ଟ)