-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||     

HOME   ଜିଲ୍ଲା

ସାପ୍ତାହିକ ସ୍ୱର୍ଣ୍ଣପ୍ରଭାର ସଂପାଦକ ଅକ୍ଷୟ ସ୍ୱାଇଁ ଙ୍କ ପରଲୋକ, ସାମ୍ବାଦିକ ମହଲରେ ଶୋକର ଛାୟା

06-Oct-2022



ବଲାଙ୍ଗୀର, ବଲାଙ୍ଗୀରରୁ ପ୍ରକାଶିତ ସାପ୍ତାହିକ ଖବରକାଗଜ ସ୍ୱର୍ଣ୍ଣପ୍ରଭାର ସଂପାଦକ ଅକ୍ଷୟ ସ୍ୱାଇଁ ଙ୍କ ଆଜି ନିଜ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ଆଜି ସକାଳେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ଶ୍ରୀ ସ୍ୱାଇଁ ଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ସାମାନ୍ୟ ରକ୍ତ ବାନ୍ତି କରିବା ସହ ତଳେ ପଡି ଯାଇଥିଲେ । ପୂର୍ବରୁ ମଧ୍ୟ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ସେ ବିଭିନ୍ନ ସମୟରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ଦିନ ପ୍ରାୟ ୩ ଟା ସମୟରେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଅକ୍ଷୟ ସ୍ୱାଇଁ ଓଡ଼ିଶା ସଡକ ଓ ପରିବହନ ନିଗମ କାର୍ଯ୍ୟାଳୟରୁ ଅବସର ନେବା ପରେ ସାମ୍ବାଦିକତା ବୃତ୍ତିକୁ ଆପଣାଇ ନେଇଥିଲେ । ୨ଠଠ୯ ରୁ ୨ଠ୧୨ ମସିହା ପର୍ଯ୍ୟନ୍ତ ସାପ୍ତାହିକ ପ୍ରେରଣାର କାର୍ଯ୍ୟନିର୍ବାହୀ ସଂପାଦକ ଭାବେ ନିଷ୍ଠାର ସହ କାର୍ଯ୍ୟ ତୁଲାଇ ଆସିଥିଲେ । ଜଣେ ବରିଷ୍ଠ ଓ ସ୍ନେହୀ ମଣିଷ ତଥା ଯୁବସୁଲଭ ଗୁଣ ସ୍ୱର୍ଗତ ଅକ୍ଷୟ ସ୍ୱାଇଁ ଙ୍କୁ ସମସ୍ତଙ୍କ ନିକଟରେ ପରିଚିତ କରିପାରିଥିଲା । ଏଥିସହ ସେ ନିଜ ସଂପାଦନାରେ ସାପ୍ତାହିକ ସ୍ୱର୍ଣ୍ଣପ୍ରଭା ପ୍ରକାଶିତ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଆଉ କିଛି ଦିନ ପରେ ସେ ନିଜ ପ୍ତ୍‌ିକାର ସ୍ୱନକ୍ଷତ୍ର ଦିବସ ପାଳନ କରିବାକୁ ସ୍ଥିର ମଧ୍ୟ କରିଥିଲେ । ତେବେ ବିଧିର ବିଧାନ ଅଲଗା ଥିଲା । ସେ ଆଜି ଆମ ଗହଣରେ ନାହାନ୍ତି ।  ଜଣେ ସଚ୍ଚୋଟ ଓ ମେଳାପୀ ମଣିଷ ଭାବରେ ସେ ସାମ୍ବାଦିକ ମହଲରେ ଜଣାସୁଣା ଥିଲେ । ତାଙ୍କ ପୁତ୍ରବଧୂ  ମମତା ଜେନା ବିଜେଡିର ପୂର୍ବତନ କାଉନସିଲର ଥିବା ବେଳେ ସ୍ୱର୍ଗତ ସ୍ୱାଇଁ ମଧ୍ୟ ଏକଦା କାଉନସିଲର ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରିଥିଲେ । କଂଗ୍ରେସର ଜଣେ ଅନ୍ଧ ସମର୍ଥକ ଭାବରେ ସ୍ୱର୍ଗତ ସ୍ୱଇଁ  ଜଣାଶୁଣା ଥିଲେ ଓ ଦମ୍ଭର ସହ ନିଜକୁ ‘ବୋର୍ଣ୍ଣ କଂଗ୍ରେସ’ ବୋଲି  କହୁଥିଲେ ।  ମୃତ୍ୟୁ ଖବର ଶୁଣିବା ପରେ ସ୍ୱର୍ଗତ ସ୍ୱଇଁ ଙ୍କ ବ୍ରାହ୍ମଣ ପଡା ବାସଭବନରେ ଜନସାଧାରଣଙ୍କ ଭିଡ ଜମିଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶରତ ମହାକୁଡ. ଅଧ୍ୟାପକ ବିକାଶ ଜେନା, ପ୍ରଶାନ୍ତ ମହାକୁଡ, ଜୟପ୍ରକାଶ ମଟାରୀ, ଜୟଶଙ୍କର ପଟ୍ଟନାୟକ, ବଦ୍ରିନାରାୟଣ ମିଶ୍ର, ପ୍ର୍ରେରଣାର ସଂପାଦକ ରଘୁ ନନ୍ଦନ ସିଂହ, ପ୍ରେସ ବ୍ଲବ ସଭାପତି ଅରୁଣ କୁମାର ମିଶ୍ର ପ୍ରମୁଖ ଶେଷ ଦର୍ଶନ ପାଇଁ  ତାଙ୍କ ବ୍ରାହ୍ମଣପଡା ବାସଭବନରେ ପହଂଚି ଥିଲେ । ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଅକ୍ଷୟ ସ୍ୱାଇଁ ଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ।ବଲାଙ୍ଗୀର ପ୍ରେସ କ୍ଲବ ଓ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ସ୍ୱାଇଁ ଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରାଯାଇଛି । 
ଜଣେ ସରଳ ଓ ନିରଳସ ମଣିଷକୁ ହରାଇ  ସତରେ ସମସ୍ତେ ମର୍ମାହତ । ସ୍ୱର୍ଗତ ଅକ୍ଷୟ ସ୍ୱାଇଁ ଙ୍କ ସହିତ ସେହି ହସଥଟ୍ଟାର ମୁହୂର୍ତ୍ତ ବୋଧେ ଆଉ କେବେ ଆସିବ ନାହିଁ । ବଲାଙ୍ଗୀର ସାମ୍ବାଦିକ ଜଗତ ଆଜି ଜଣେ ସରଳ ଓ ନିଷ୍କପଟ ମଣିଷକୁ ହରାଇଲା ।  

   ସ୍ୱର୍ଗତ ଅକ୍ଷୟ ସ୍ୱାଇଁ ଙ୍କ ବିୟୋଗରେ ପ୍ରେରଣା ପରିବାର ତରଫରୁ ଗଭୀର ଶୋକ ପ୍ରକାଶ ପାଇବା ସହ ଏହି ଅମର ଆତ୍ମାର ସଦ୍‌ଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛି ।  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026

You Might Also Like