-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
02-Oct-2022
କର୍ଲାମୁଣ୍ଡା,:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ପଞ୍ଚାୟତ ଓଡ଼ିଆମୁଣ୍ଡା ଗ୍ରାମର ବାପା ମାଆ ଛେଉଣ୍ଡ ତିନି ଭାଇ ଭଉଣୀ ବହୁ କଷ୍ଟରେ ଜୀବନ କାଟୁଥିବା ଦେଖିବାକୁ ମିଳିଛି।ସୂଚନା ମତେ ଏହି ଗ୍ରାମର କରୁଣା ବାଗ ତାଙ୍କ ପତ୍ନୀ ମଲ୍ଲି ବାଗ,ବଡ଼ ଝିଅ ନୟନି ବାଗ(୨୨)ପୁଅ ପପୁ ବାଗ (୧୫) ସାନ ଝିଅ ଅଙ୍କିତା ବାଗ(୧୨) ଙ୍କୁ ନେଇ ସଂସାର।ସେ ମଜୁରୀ କାମ କରି ପରିବାର ପୋଷଣ କରୁଥିଲେ।ତେବେ କରୁଣା ବାଗ କୋଭିଡ ସମୟରେ ରୋଗ ରେ ଆକ୍ରାନ୍ତ ହୋଇ ୨୦/୦୫/୨୦୨୧ ରେ ମୃତ୍ୟୁ ବରଣ କରିଥିଲେ।ସ୍ୱାମୀ ର ବିୟୋଗ ପରେ ତିନି ସନ୍ତାନ କୁ ନେଇ ବହୁ କଷ୍ଟରେ ପରିବାର ରହୁଥିଲେ। ଏଥିରେ ବି ଦଇବ ସହିଲାନି, ପରିବାର ବୋଝ ଉପରେ ଭାବି ଭାବି ରୋଗରେ ପୀଡିତ ହୋଇ ଶେଷରେ ଗତ ମାସ ୭ତାରିଖରେ ମୃତ୍ୟୁ ବରଣ କଲେ ମଲ୍ଲି ବାଗ। ଏବେ ନୟନି ବାଗ ଙ୍କ କାନ୍ଧ ଉପରେ ଭାଇ ଭଉଣୀ ର ବୋଝ ଲଦି ହେଇଯାଇଛି।ଅର୍ଥ ଅଭାବରୁ ପପୁ ବାଗ ଯୁକ୍ତ ଦୁଇ ରେ ନାମ ଲେଖେଇ ପାରି ନ ଥିବା ଜଣା ପଡ଼ିଛି ଏନେଇ ବିଡ଼ିଓ ଶିଧେଶ୍ୱର ମେହେର ଙ୍କ ସହିତ ଆଲୋଚନା କରିବା ପରେ ଏହି ତିନି ଭାଇ ଭଉଣୀ ଙ୍କ ପାଇଁ ସରକାର ଙ୍କ ଯାହା ବ୍ୟବସ୍ଥା ରହିଛି, ତାକୁ ନିଶ୍ଚୟ ପାଇବେ ବୋଲି କହିଛନ୍ତି। ଅନ୍ୟ ପଟେ ଏହି ତିନି ଭାଇ ଭଉଣୀ ଙ୍କ ଦାୟିତ୍ୱ ନେବାକୁ କେହି ନ ଥିବାରୁ ତୁରନ୍ତ ସରକାରୀ ସହଯୋଗ ଯୋଗେଇ ଦେବାକୁ ନାଏବ ସରପଞ୍ଚ ରାଧେଶ୍ୟାମବାଗ ପ୍ରଶାସନ ଠାରେ ଅନୁରୋଧ କରିଛନ୍ତି।