-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
26-Sep-2022
ବରଗଡ:-ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୀତାକାନ୍ତ ଭୋଇଙ୍କ ନିଜ କନସିଂହା ସ୍ଥିତ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୭୦ ବର୍ଷ ବୟସ ହେଉଥିବା ବେଳେ ସେ ଅସୁସ୍ଥତା କାରଣରୁ ଦୀର୍ଘ ଦିନ ହେଲା ଶଯ୍ୟାଶାୟୀ ଥିଲେ । ପଦ୍ମପୁର ବଡ଼ପଡାସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ପ୍ରାଥମିକ ବିଦ୍ୟାଳୟରେ ସେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ବ ନେବା ପରେ ସ୍ୱର୍ଗତ ଭୋଇ ସ୍କୁଲକୁ ଏକ ସମ୍ମାନଜନକ ଓ ପ୍ରତିଷ୍ଠିତ ସ୍କୁଲ ଭାବରେ ଗଢି ତୋଳିଥିଲେ ଏବଂ୧୯୯୩ ମସିହାରେ ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ମାନଜନକ ରାଜ୍ୟପାଳ ପୁରସ୍କାରରେ ସମ୍ମାନୀତ ହୋଇଥିଲେ। ସେ ତାଙ୍କ କର୍ମମୟ ଜୀବନ ସମୟରେ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ରହିବା ସହ ପଦ୍ମପୁର ଅଞ୍ଚଳରେ ବଡ ଆଜ୍ଞା ଭାବରେ ଜନମାନସରେ ବେଶ ଭଲଭାବରେ ପରିଚିତ ଥିଲେ ।୨୦୧୦ ମସିହାରେ ସେହି ଲାଲ ବାହାଦୂର ଶାସ୍ତ୍ରୀ ସ୍କୁଲରୁ ଅବସର ନେବା ପରେ ନିଜ ଗ୍ରାମ କନସିଂହାରେ ରହୁଥିଲେ । ଗତକାଲି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଂଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ପାଇଁ ଆସିଥିଲେ । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସୋମବାର ସକାଳେ କନସିଂହା ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ଏକମାତ୍ର ପୁତ୍ର ପ୍ରମୋଦ ମୁଖାଗ୍ନୀ ଦେଇଥିଲେ ।