-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
26-Sep-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଏକାତ୍ମ ମାନବବାଦର ପ୍ରଣେତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଓ ଲୋଇସିଂହା ବ୍ଲକ ଅଧିନସ୍ଥ କୁଶମେଲ୍ ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି l କୁଶମେଲ ମଣ୍ଡଳ ସଭାପତି କିଶୋର କୁମାର ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଂଙ୍ଗ ଯୋଗଦେଇ ପଣ୍ଡିତ ଦିନଦୟାଲଜୀଙ୍କ ତ୍ୟାଗପୁତ ତଥା ସମର୍ପିତ ଜୀବନୀ ଓ ଦେଶ ପ୍ରତି ବଳିଷ୍ଠ ଅବଦାନ ଓ ବଳିଦାନ ସମ୍ପର୍କରେ ମତବ୍ୟକ୍ତ କରିବା ସହ ପ୍ରତି ମାସର ଶେଷ ରବିବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ କାର୍ଯ୍ୟକ୍ରମ ସମଗ୍ର ଭାରତବର୍ଷରେ ଏକ ଆଲୋଡନ ସୃଷ୍ଟି କରି ବହୁ ଜନାଦୃତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚା ମାଧବ ସାଏ ପଟେଲ, ବିଜେପି ଯୁବମୋର୍ଚ୍ଚା ସଭାପତି ଅମରଜିତ୍ ପଟେଲ, ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ,ରଘୁନାଥ ସାହୁ,ସତ୍ୟ ସେଠ୍,ଜିତୁ ସାହୁ, ଟଙ୍କ ପଧାନ, ବାଳି ପୃଷ୍ଟି, ଜମିଦାର ପାତ୍ର,ଗୋବିନ୍ଦ ରାଉତ,ମଣ୍ଟୁ ସାହୁ,ନୀଳାଚଳ ପାତ୍ର,ଶଙ୍କର ଗଡ଼ତିଆ,ମନ ପଟେଲ,କେଶବ ବିଶ୍ବାଳ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l