-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
25-Sep-2022
ନୟାଗଡ, (ପ୍ରଦୀପ କୁମାର ପଣ୍ଡା)ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆ ବ୍ଲକରେ ନୂତନ କୋର୍ଟ ନିର୍ମାଣ ହେବା ନେଇ ହାଇକୋର୍ଟ ପକ୍ଷରୁ ସୁଚନା ମିଳିଛି । ସୂଚନାଯୋଗ୍ୟ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଆଇନମନ୍ତ୍ରୀ ଥିବା ସମୟରେ ତାଙ୍କ ନିଜ ଜନ୍ମ ମାଟି ଗଣିଆରେ ନୂତନ କୋର୍ଟ ସ୍ଥାପନା ପାଇଁ ଅନୁମୋଦିତ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୩୪ଗୋଟି ନୂତନ କୋର୍ଟ ନିର୍ମାଣ ହେବାକୁ ଥିବାବେଳେ ନୟାଗଡ଼ ଜିଲ୍ଲା ଗଣିଆରେ ନୂତନ କୋର୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି। ନୂତନ କୋର୍ଟ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ଏବଂ ଡ଼ଃ. ସାହୁଙ୍କୁ ଗଣିଆ ବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।