-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
25-Sep-2022
ବରଗଡ:-ପବିତ୍ର ଆଶ୍ୱିନ ଅମାବାସ୍ୟା (ମହାଳୟା)ଦିବସେ ବରଗଡ ଜିଲ୍ଲା ବିଜେପୁର ସହରରେ ଥିବା ମାଁ ସମଲେଶ୍ୱରୀ ଦେବୀ ଙ୍କ ମନ୍ଦିର ଠାରେ ମାଁ ଙ୍କ ରିତିନିତି ଅନୁଯାୟୀ ମହାସମାରୋହ ରେ ପୂଜାର୍ଚ୍ଚନା କାର୍ଯ୍ୟ ଆରମ୍ଭ ହୋଇଯାଇଛି ।ଆଜିକାର ଦିବସରେ ମାଁ ଙ୍କୁ ଧବଳମୁଖି ବେଶରେ ସାଜସଜ୍ୟା କରାଯାଇ,ବିଲ୍ବବରଣ କଳାସାଧିବାସ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି ।
ପରମ୍ପରା ଅନୁସାରେ ପ୍ରାରମ୍ଭେ ବିଲ୍ୱବରଣ ପରେ ଖଣ୍ଡାଧୁଆ କାର୍ଯ୍ୟକ୍ରମ ଓ କଳସ ଅଧିବାସ ସମ୍ପର୍ଣ୍ଣ କରାଯାଇ ବିଧିବଦ୍ଧ ଭାବେ ଋତିନିତି ଅନୁସାରେ ମୁଖ୍ୟ ପୂଜକ ଶ୍ରୀମାନ କିଶୋର ଚନ୍ଦ୍ର ପୂଜାରୀ ଏବଂ ସହ-ପୂଜକ ମଣ୍ଟୁ ସାବତ ପୂଜାର୍ଚ୍ଚନା କାର୍ଯ୍ୟ ତୁଲାଇଥିବା ବେଳେ କର୍ତ୍ତା ଭାବେ ତୁଳସୀରାମ ଭୋଇ ଏବଂ ତାଙ୍କ ସହଧର୍ମିଣୀ ସୁକାନ୍ତୀ ଭୋଇ କାର୍ଯ୍ୟକୁ ଆଗେଇ ନେଇଥିଲେ ।