-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
25-Sep-2022
ସୋନପୁର :ଗତକାଲି ଓ ଆଜି ସୋନପୁର ମହାବିଦ୍ୟାଳୟ ପରିସରରେ ନବାଗତ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବଲୋଚନ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଶ୍ରୀ ଆଚାର୍ଯ୍ୟ ନବାଗତ ଛାତ୍ରଛାତ୍ରୀଙ୍କୁ ନୀତି ନିୟମ, ଦାୟିତ୍ଵବୋଧ, ପାରସ୍ପରିକ ସଦ୍ଭାବ ରକ୍ଷାକରି ରେଗୀଙ୍ଗ ଓ ଦୁର୍ବ୍ଯବହାର କାର୍ଯ୍ୟରୁ ନିବୃତ୍ତ ରହି ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ସୁସ୍ଥ ଓ ସୁରକ୍ଷିତ ରଖିବାକୁ ଆହ୍ଵାନ ଦେଇଥିଲେ। ଏହି ସଭାରେ ଯୁକ୍ତ ଦୁଇ ଶ୍ରେଣୀର ପ୍ରଶାସନିକ ମୁଖ୍ୟ ଲେଫ୍ଟନାଣ୍ଟ ଅନନ୍ତନାରାୟଣ ଦାଶ, କଲେଜର ପ୍ରଶାସନିକ ଉପଦେଷ୍ଟା ଡଃ କଳ୍ପନା ମିଶ୍ର, ଶୈକ୍ଷିକ ଉପଦେଷ୍ଟା ବିଶ୍ଵନାଥ ମେହେର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଦେବା ସହ ନିଜ ମତବ୍ୟକ୍ତ କରିଥିଲେ। ସଭାକୁ ଡଃ ସୌରଭରଞ୍ଜନ ଖମାରୀ ପରିଚାଳନା କରିଥିବା ବେଳେ ଡଃ ଇତିଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ କଳା,ବିଜ୍ଞାନ ଓ ବାଣିଜ୍ୟ ବିଭାଗର ବହୁ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ପ୍ରବେଶ ଉତ୍ସବକୁ ସଫଳ କରିଥିଲେ।