-+91-9937148622 |

prerana_bgr@rediffmail.com |

  Thursday 23rd April 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାମ୍ବାଦିକ ଏବଂ ଆଇନଜୀବୀ ଙ୍କ ସମାଜ ସେବା*   (23-Apr-2026)       ||      ଅନାସ୍ଥାରେ ପଦ ହରାଇଲେ ଅରଙ୍ଗାବାଦ ସରପଞ୍ଚ   (23-Apr-2026)       ||      ମହାନଦୀ ଧାରାର ଜଳବାୟୁ ପରିବର୍ତ୍ତନ କନକ୍ଳେଭ୍ ୨୦୨୬, ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ: ଆଲୋଚକ   (23-Apr-2026)       ||      *ମହାନଦୀ ଧାରା ର ଜଳବାୟୁ ପରିବର୍ତ୍ତନ Conclave ୨୦୨୬*- *ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ*- *ଆଲୋଚକ*-   (23-Apr-2026)       ||      ଡୁଙ୍ଗୁରିପାଲି ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା   (23-Apr-2026)       ||      RTO ଚାଲାଣ ନାଁରେ ଠକେଇ: ୪ ଗିରଫ♦️ ସାଇବର ପୋଲିସ କବଜାରେ ଆରଟିଓ ଚାଲାଣ ନାଁରେ ଠକୁଥିବା ଗ୍ୟାଙ୍ଗ   (22-Apr-2026)       ||      ଚାକିରି ଦେବ କହି ମହିଳାଙ୍କ ଠାରୁ ଠକି ନେଲା ୧୫ଲକ୍ଷ ଟଙ୍କା    (22-Apr-2026)       ||      ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି ♦️ ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ    (22-Apr-2026)       ||      .ସି କଲେଜରେ ଜାତୀୟ ସେବା ସଂସ୍ଥା ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର   (22-Apr-2026)       ||      ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ   (22-Apr-2026)       ||      *ଆଜି ଠାରୁ ବଣ୍ଟନ ହେବ ହାଇଟେକ୍ ପଟ୍ଟା* -   (22-Apr-2026)       ||      ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ   (22-Apr-2026)       ||      ଜିଲ୍ଲାସ୍ତରୀୟ ଅକ୍ଷି ମୁଠି କାର୍ଯ୍ୟକ୍ରମରେ ଯୋଗ ଦେଲେ ସାଂସଦ ମନମୋହନ ସାମଲ   (22-Apr-2026)       ||      ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ♦️ ରଥଖଳା ଚଳଚଞ୍ଚଳ    (22-Apr-2026)       ||      ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ    (22-Apr-2026)       ||      ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଳୋକିକରଣ କାର୍ଯ୍ୟକ୍ରମ ଉଦ୍ଘାଟନ    (21-Apr-2026)       ||      ସୁବର୍ଣ୍ଣପୁର ଠାରେ ସି ଏମ୍ ଟ୍ରଫି ର ଉଦ୍ଘାଟନ*- *ଭାଗ ନେଲେ ୪୩ ଗୋଟି ଦଳ*-   (21-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିରର ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରିବ ବିଜେଡି    (21-Apr-2026)       ||      ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ, "ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ"   (21-Apr-2026)       ||      *ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ*- *୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ*-   (21-Apr-2026)       ||     

HOME   ରାଜ୍ୟ

ରାଜଧାନୀରେ ନୂଆଁଖାଇ ଭେଟଘାଟ୍‌: ଲୋକେ ଦେଖିଲେ ପଶ୍ଚିମଓଡ଼ିଶାର କଳା- ସଂସ୍କୃତି ଓ ପରମ୍ପରାର ଝଲକ

24-Sep-2022



ଭୁବନେଶ୍ୱର: ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଶୁକ୍ରବାର ସଂଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମଓଡ଼ିଶାର କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ରାଜଧାନୀରେ ରହୁଥିବା ପଶ୍ଚିମଓଡ଼ିଶାର ଲୋକମାନେ ନୂଆଁଖାଇ ଉତ୍ସବ ପାଳନ କରି ପରସ୍ପର ଭିତରେ ଭାଇଚାରା, କଳା-ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାର ପ୍ରୟାସ କରିଛନ୍ତି ।

ନୂଆଁଖାଇ ପରିବାର ଓ ଶିବାଂଶୀ ଫାଉଣ୍ଡେସନର ମିଳିତ ସହଯୋଗରେ ରବୀନ୍ଦ୍ର ମଣ୍ଡପଠାରେ ଆଜି ‘ନୂଆଁଖାଇ ଭେଟଘାଟ’ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, କୃଷି ବିଭାଗର ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢ଼ୀ, ଓଡ଼ିଶା ରିଭ୍ୟୁ ସମ୍ପାଦକ ଲେନିନ୍ ମହାନ୍ତି, ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସତ୍ୟଜିତ୍ ମହାନ୍ତି, ରୁଚି ମସଲା ପ୍ରତିଷ୍ଠାତା ଶରତ ସାହୁ, ଆଇସିସି ୱିମେନ୍ ୱିଙ୍ଗ ସୁକୀର୍ତ୍ତି ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପଶ୍ଚିମଓଡ଼ିଶାର କଳାକାର ଓ ସାଧାରଣ ଲୋକଙ୍କୁ ଉତ୍ସାହିତ କରିଥିଲେ । 

ମା’ ସମଲେଶ୍ୱରୀଙ୍କୁ ଆରାଧନା ଓ ନୂଆଁଖାଇର ପାରମ୍ପରିକ ରୀତିନୀତି ସଂକ୍ରାନ୍ତ ଏକ ଅଡିଓ ଭିଜୁଆଲରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କଳା,ସଂସ୍କୃତି, କ୍ରୀଡ଼ା, ସମାଜସେବା ଓ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପଶ୍ଚିମଓଡ଼ିଶାର ବ୍ୟକ୍ତିବିଶେଷ ‘ନୂଆଁଖାଇ ସମ୍ମାନ-୨୦୨୨’ରେ ସମ୍ବର୍ଦ୍ଧିତ କରାଯାଇଛି । ଯେଉଁମାନେ ଆଜି ସମ୍ବର୍ଦ୍ଧିତ ହୋଇଥିଲେ ସେମାନେ ହେଲେ- ୩୦୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ି ମହିଳାଙ୍କୁ ସଶକ୍ତିକରଣ କରିଥିବା ସୁମତି ସା,ଜାତୀୟ ଫୁଟବଲ ଖେଳାଳୀ ପ୍ୟାରୀ ଖାଖା, ପ୍ରଧ୍ୟାପିକା କୁନ୍ତୀରାଣୀ ପ୍ରଧାନ, ଅଭିନେତ୍ରୀ ଆନିଶା ଶର୍ମା, ବେଟିଖାଇ ବରିହା, ଟଙ୍କିକିଆ କ୍ଲିନିକ୍ ଡାକ୍ତର ଶଙ୍କର ରାମଚନ୍ଦାନୀ, ରଜତ ପାଣିଗ୍ରାହୀ, ଅଲେଖ ସାହୁ, ସଙ୍ଗୀତଜ୍ଞ ରମେଶ ମହାନନ୍ଦ, ସଙ୍ଗୀତଜ୍ଞ ଅଭିଜିତ୍ ମଜୁମଦାର, ଅଭିନେତା ମନୋଜ ମିଶ୍ର, କୁନା ତ୍ରିପାଠୀ, ଚିନ୍ମୟ ମିଶ୍ର ଓ ପ୍ରଦ୍ୟୁମ୍ନ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ଅବସରରେ ସୋନପୁରର

ପଏଁରୀ ଅନୁଷ୍ଠାନ, କଳାହାଣ୍ଡିର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, ବଲାଙ୍ଗିରର ନବୀନ କୁଅଁର ଆର ସାଥୀ, ମା’ ସମଲେଶ୍ୱରୀ ଲୋକ ସଂସ୍କୃତି ଗବେଷଣା କେନ୍ଦ୍ର, ବଲାଙ୍ଗିରର ଦୁଲଦୁଲି କଳା ପରିଷଦ, ସମ୍ବଲପୁରର ଟ୍ରାଇବାଲ ଆଣ୍ଡ ଫୋକ୍ ଆର୍ଟ ସେଂଟରକୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ରୁଚି ମସଲାର ପ୍ରତିଷ୍ଠାତା ତଥା ଉଦ୍ୟୋଗୀ ଡଃ ଶରତ କୁମାର ସାହୁଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସର ମହିଳା ୱିଙ୍ଗ ଦ୍ୱାରା ଉଲ୍ଲେଖନୀୟ ଅବଦାନ ଥିବା ମହିଳାଙ୍କୁ ‘ଶକ୍ତି’ ଆୱାର୍ଡରେ ସମ୍ମାନିତ କରାଯାଇଛି । ଓଟିଡିସିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ବ୍ୟକ୍ତି ଓ କଳାକାରଙ୍କୁ ଧନ୍ୟବାଦ ଜଣାଇଥିବାବେଳେ ସିନେ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର, ମହେନ୍ଦ୍ର ବଢ଼େଇ, ପୁରିନ୍ଦର ନନ୍ଦ, ସମାଜସେବୀ ପ୍ରବୋଧ ରଥ, ସୁନୀତା ବିଶ୍ୱାଳ, ଡଃ ମନୋଜ ଲାଠ୍ , ନିଶାନ୍ତ ଦୀକ୍ଷିତ, ପ୍ରଶାନ୍ତ କୁମାର ପଣ୍ଡା, ଆଶୀଷ ମିଶ୍ର, ସୁଭାଶୀଷ ମିଶ୍ର, ସଞ୍ଜୟ, ସୁଜିତ୍‌ଙ୍କ ସମେତ ନୂଆଁଖାଇ ପରିବାରର ସଦସ୍ୟମାନେ ସହଯୋଗ କରିଥିଲେ । ଶିବାଂଶୀ ଫାଉଣ୍ଡେସନର ଆବାହକ ଇପସିତା, ସୁପ୍ରୀତି ଓ ଅନ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାମ୍ବାଦିକ ଏବଂ ଆଇନଜୀବୀ ଙ୍କ ସମାଜ ସେବା*   23-Apr-2026
  ଜିଲ୍ଲା  
ଅନାସ୍ଥାରେ ପଦ ହରାଇଲେ ଅରଙ୍ଗାବାଦ ସରପଞ୍ଚ   23-Apr-2026
  ଜିଲ୍ଲା  
ମହାନଦୀ ଧାରାର ଜଳବାୟୁ ପରିବର୍ତ୍ତନ କନକ୍ଳେଭ୍ ୨୦୨୬, ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ: ଆଲୋଚକ   23-Apr-2026
  ଜିଲ୍ଲା  
*ମହାନଦୀ ଧାରା ର ଜଳବାୟୁ ପରିବର୍ତ୍ତନ Conclave ୨୦୨୬*- *ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ*- *ଆଲୋଚକ*-   23-Apr-2026
  ଜିଲ୍ଲା  
ଡୁଙ୍ଗୁରିପାଲି ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା   23-Apr-2026
  ଜିଲ୍ଲା  
RTO ଚାଲାଣ ନାଁରେ ଠକେଇ: ୪ ଗିରଫ♦️ ସାଇବର ପୋଲିସ କବଜାରେ ଆରଟିଓ ଚାଲାଣ ନାଁରେ ଠକୁଥିବା ଗ୍ୟାଙ୍ଗ   22-Apr-2026
  ଜିଲ୍ଲା  
ଚାକିରି ଦେବ କହି ମହିଳାଙ୍କ ଠାରୁ ଠକି ନେଲା ୧୫ଲକ୍ଷ ଟଙ୍କା   22-Apr-2026
  ଜିଲ୍ଲା  
ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି ♦️ ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ   22-Apr-2026
  ଜିଲ୍ଲା  
.ସି କଲେଜରେ ଜାତୀୟ ସେବା ସଂସ୍ଥା ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର   22-Apr-2026
  ଜିଲ୍ଲା  
ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ   22-Apr-2026
  ଜିଲ୍ଲା  
*ଆଜି ଠାରୁ ବଣ୍ଟନ ହେବ ହାଇଟେକ୍ ପଟ୍ଟା* -   22-Apr-2026
  ଜିଲ୍ଲା  
ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ   22-Apr-2026

You Might Also Like